Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ପକ୍ଷରୁ ମହିଳାଙ୍କୁ ତାଲିମ

by ସଞ୍ଜୟ ସ୍ୱାଇଁ
August 27, 2021
in Nayagarh, Planning and Development, State
ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ପକ୍ଷରୁ ମହିଳାଙ୍କୁ ତାଲିମ
198
VIEWS
Share on FacebookShare on Twitter

ଓଡ଼ଗାଁ (ବାଘୁଆବାର୍ତ୍ତା): ଆଜି ସ୍ଥାନୀୟ ଇନଡୋର ଷ୍ଟାଡିୟମ ଠାରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ୧୦ ଦିନିଆ ଆତ୍ମନିଯୁକ୍ତି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି । ତାଲିମ ପ୍ରାର୍ଥୀମାନଙ୍କ ନିମନ୍ତେ ମାଗଣା ତାଲିମ ନେବା ସହ ଖାଇବା ,ପିଇବା ସୁବିଧା ରହିଅଛି । ଏନ.ଏସି କାର୍ୟ୍ୟନିର୍ବାହୀ ଅଧିକାରୀ ସ୍ୱାତି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ କାର୍ୟ୍ୟକ୍ରମର ଉଦ୍ଘାଟନ କରିଥିଲେ । ଏଥିରେ ସମୁଦାୟ ୩୨ ପ୍ରକାର ପ୍ରଶିକ୍ଷଣ ସମ୍ବନ୍ଧୀୟ ସୁବିଧାମାନ ରହିଅଛି ଯଥା : କମ୍ପ୍ୟୁଟର ଶିକ୍ଷା, ମୋଟର ମରାମତି, ଡ୍ରାଇଭିଙ୍ଗ, ମହମବତୀ ନିର୍ମାଣ, ପେପର ବ୍ୟାଗ, ବଡି, ପାମ୍ପଡ଼ ଆଚାର ଆଦି ପ୍ରସ୍ତୃତ କରିହେବ ।ବିଶେଷ କରି ସମଗ୍ର ଜିଲ୍ଲାରେ ବ୍ୟକ୍ତିର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ଆତ୍ମନିର୍ଭରଶୀଳ ହୋଇପାରିବ ଏହାର ମୂଳ ଲକ୍ଷ୍ୟ ଅଟେ । ୧୮ ବର୍ଷରୁ ୪୫ ବର୍ଷ ବୟସର ବ୍ୟକ୍ତି ପର୍ୟ୍ୟନ୍ତ ସମସ୍ତେ ଏହି ତାଲିମ ନେଇପାରିବେ ବୋଲି କୁହାଯାଇଛି । ଏହି କାର୍ୟ୍ୟକ୍ରମ ଆସନ୍ତା ମାସ ୪ ତାରିଖ ପର୍ୟ୍ୟନ୍ତ କାର୍ୟ୍ୟକ୍ଷମ ହେବ ବୋଲି ଜଣାଯାଇଛି । ଆଜି ମହିଳାମାନଙ୍କୁ ମହମବତୀ ନିର୍ମାଣ ସମ୍ୱନ୍ଧୀୟ ତାଲିମ ପ୍ରଦାନ କରାଯାଇଥିଲା । ଆଜିର କାର୍ୟ୍ୟକ୍ରମରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ନୟାଗଡ଼ର ନିର୍ଦ୍ଦେଶକ ମନୋଜ କୁମାର ସ୍ୱାଇଁ ଉପସ୍ଥିତଥିବା ବେଳେ ପ୍ରଶିକ୍ଷକ ଗୋପାଳ ଚନ୍ଦ୍ର ପ୍ରଧାନ ତାଲିମ ପ୍ରଦାନ କରିଥିଲେ । ମୋହନ ମହାପାତ୍ର କାର୍ୟ୍ୟକ୍ରମକୁ ସୁପରିଚାଳନା କରିଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!