Monday, May 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଖ ଅନୁକୂଳ, ଓରା କାମ ଆରମ୍ଭ

by ସଞ୍ଜୟ ସ୍ୱାଇଁ
May 16, 2025
in State
ଅଖ ଅନୁକୂଳ, ଓରା କାମ ଆରମ୍ଭ
50
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ଗୁରୁବାର ରଥ ଅଖ କାମ ଅନୁକୂଳ ହୋଇଛି । ମହାପ୍ରଭୁଙ୍କ ମାଳ ମାହାର୍ଦ୍ଦ ସମର୍ପଣ କରି ତିନି ରଥର ମୁଖ୍ୟ ବିଶ୍ୱକର୍ମା ନାହାକା ଅଖ ତିଆରି ଆରମ୍ଭ କରିଛନ୍ତି । ଅଖର ଦୁଇ ପାଶ୍ୱର୍ରେ ବାରିସି ଚଳାଇ ଗୋଲେଇ କରୁଛନ୍ତି । ପ୍ରତି ରଥର ନାହାକା ଅଖ କାମ ଆରମ୍ଭ ହୋଇଛି । ଧଉରା କାଠରେ ତିଆରି ହେଉଛି ଅଖ । ରଥ ଖଳାରେ ଚକ ନିର୍ମାଣ ଚାଲିଛି । ଆଜି ସୁଦ୍ଧା ୩୭ଟି ଚକର ଘେର(ବଳକା ଅଂଶ) କାଟିଛନ୍ତି କରତି ସେବକ । ନାହାକା ଚକରେ ପଇତା ପିନ୍ଧାଉଛନ୍ତି ବିଶ୍ୱକର୍ମା । ରଥର ଓରା କାମ ଆରମ୍ଭ ହୋଇଛି । ଓରା ହେଉଛି ରଥର ଉପରି ଭାଗ ଭୂଇଁର ଏକ ଅଂଶ । ପହିର ମଝି ଅଂଶରେ ଅଢ଼େଇ ଇଞ୍ଚର ଏକ ବିଟ ଭଳି ବଳୟକୁ ରଥ ଖଳାରେ କୁହନ୍ତି ‘ପଇତା’ । ଚକର ସୌନ୍ଦର୍ଯ୍ୟ ବୃଦ୍ଧି କରେ ପଇତା । ଗୁରୁବାର ସୁଦ୍ଧା ତିନି ରଥର ୧୨ଟି ଚକ ତିଆରି ପ୍ରାୟ ଶେଷ । ବଳକା ଚକର ପହିରେ ବିନ୍ଧ କରୁଛନ୍ତି ବିଶ୍ୱକର୍ମା । ପରେ ବିଲେଇ ବାଡ଼ିଆ ପଦ୍ଧତିରେ ପହି ପିନ୍ଧା ଯାଇ ଶେଷକୁ କିଳା ବାଡ଼ିଆ ହେଉଛି । ତିନି ରଥର ରୂପକାର ସେବକମାନେ ଗୁଜରେ ନୃସିଂହ ରୂପ ଖୋଦେଇ କରୁଛନ୍ତି । ରଥର ସାଲଗୁଜ, ତୀଖଗୁଜ, ଜଳଯନ୍ତ୍ର ଚଉପଟ ଚାଲିଛି । ବିଶ୍ୱକର୍ମାମାନେ ଧଉରା କାଠ ଚଉପଟ କରି ରୂପକାରଙ୍କୁ ଯୋଗାଉଛନ୍ତି । ରୂପକାର ସେଥିରେ ସିଂହବିରାଳ ମୂର୍ତ୍ତି ତିଆରିରେ ବ୍ୟସ୍ତ । ତୁମ୍ବରେ ଅର ଭୁଞ୍ଜି ସିଙ୍ଗଡ଼ା ପ୍ରସ୍ତୁତ ପରେ ମେସିନ୍ ସାହାଯ୍ୟରେ ଅଖ ପାଇଁ ବିନ୍ଧ ତିଆରି ହେଉଛି । ୧୮ଟି ତୁମ୍ବରେ ଅଖ ବିନ୍ଧ ସରିଛି । ରଥଖଳାରେ ବିଲେଇ ବାଡ଼ିଆ ପଦ୍ଧତିରେ ଚକ ପ୍ରସ୍ତୁତ ହେଉଛି । କମାର ଶାଳରେ ଓଝା ସେବକମାନେ ରଥର ଉଛୁଳା ଚକ ପାଇଁ ପନ୍ଦାରି ଏବଂ ବଳା ନିର୍ମାଣ କରୁଛନ୍ତି । ତିନି ରଥ ପାଇଁ ବିଶ୍ୱକର୍ମା ୭୮ଜଣ, ଭୋଇ ସେବକ ୬୫ଜଣ, କରତି ସେବକ ୪ଜଣ, କମାର ସେବକ ୧୫ ଜଣ, ରୂପକାର ସେବକ ୨୧ଜଣ, ତୁମ୍ବ ବିନ୍ଧ କାରିଗର ୨ ଓ ଜଣେ ରଥଖଳା ସହାୟକ ସମେତ ମୋଟ ୧୮୮ ଜଣ ରଥ କାମରେ ନିୟୋଜିତ ଅଛନ୍ତି ।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!