Thursday, July 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିପଟ ମଫସଲିଆ କଳାକାର, ଏବେ ବମ୍ବେର ଷ୍ଟାର

by ସଞ୍ଜୟ ସ୍ୱାଇଁ
October 19, 2021
in State
ନିପଟ ମଫସଲିଆ କଳାକାର, ଏବେ ବମ୍ବେର ଷ୍ଟାର
175
VIEWS
Share on FacebookShare on Twitter

ପଦ୍ମପୁର, (ବାଘୁଆବାର୍ତ୍ତା): ବରଗଡ଼ ଜିଲ୍ଲା ପଦ୍ମପୁର ନିକଟ ମହୁଲପାଲି ଗାଁର ଯୁବ କଳାକାର ଜଗନ୍ନାଥ ସେଟ ପୁଣି ଏକ ପାହାଚକୁ ଉଠିଛନ୍ତି । ନିଜ ଆଗ୍ରହ ଯାଗୁଁ ନିପଟ ମଫସଲରୁ ମୁମ୍ବାଇରେ ପାଦ ଥାପିଛନ୍ତି । ସେ ଅନେକ ତେଲଗୁ, ହିନ୍ଦୀ ଫିଲ୍‌ମରେ ଅଭିନୟ କରି ଲୋକପ୍ରିୟ ହୋଇଛନ୍ତି । ନୂତନ ଭାବରେ ହିନ୍ଦୀ ଓ ଓଡିଆ ଭାଷାର ଫିଲ୍ମରେ ଅଭିନୟ କରିଥିବା ଦାମିନୀ ଦ ୱିଚ ମୁକ୍ତି ଲାଭ ଅପେକ୍ଷାରେ ରହିଛି । କରୋନା କାଳରେ କେତେକ ଆଦିବାସୀ ଅଧ୍ୟୁଷିତ ଅଂଚଳରେ କରୋନାକୁ ପିଶାଚିନୀ, ଦେବୀ ଆଦି ଭିନ୍ନ ରୂପ ଦେଇ ପୂଜାର୍ଚ୍ଚନା, ମନ୍ତ୍ରଯନ୍ତ୍ରତନ୍ତ୍ରକୁ ଆପଣେଇ ଥିଲେ । ଏଥିରେ ଅନେକ ଧନଜୀବନ ନଷ୍ଟ ହୋଇଥିଲା । ଅନ୍ଧବିଶ୍ୱାସ ଦୂର କରି ଏକ ସୁସ୍ଥ ସମାଜ ଗଠନ କରିବାକୁ ସିନେମା ଦାମିନୀ ଉଦାହରଣ ହେବ ବୋଲି ପ୍ରଯୋଜକ ଆଶା କରିଛନ୍ତି । ଏଥିରେ ଜଗନ୍ନାଥ ସେଟ ନିଖୁଣ ଅଭିନୟ କରି ପ୍ରଶଂସା ସାଉଟିଛନ୍ତି । ସେ ସକାରାତ୍ମକ ଅଭିନୟ କରିଛନ୍ତି । ଓଡ଼ିଶାର ମୟୁରଭଞ୍ଜ ଓ ଛତିଶଗଡର ଆଦିବାସୀ ଇଲାକାରେ ଫିଲ୍‌ମର ସୁଟିଂ ହାଇଛି । ଜେଡି ଚକ୍ରବର୍ତ୍ତି, ତନିଷ୍କା ଚଟର୍ଜୀ, ବବ୍ରୁଲ ଇସଲମ ସହ ଜଗନ୍ନାଥ ଅଭିନୟ କରୁଛନ୍ତି । ସାମାଜିକ କୁସଂସ୍କାର ଲୋକଙ୍କ ମନରୁ ହଟାଇବା ପାଇଁ ପ୍ରୟାସ କରାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!