ନୟାଗଡ଼,(ବାଘୁଆବାର୍ତ୍ତା): ସ୍ଥାନୀୟ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ସଭାଗୃ ଠାରେ ସୃଜନିକା ସାରସ୍ଵତ ସମାରୋହ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ମତ୍ସ୍ୟ ଅଧିକାରୀ ତଥା ସ୍ତମ୍ଭକାର ପ୍ରକାଶ କୁମାର ତ୍ରିପାଠୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଞ୍ଜନା ର ସମ୍ପାଦିକା ଡ଼. ଗୀତାଞ୍ଜଳି ମହାପାତ୍ର, ସୁପ୍ରବଚିକା ପ୍ରିୟମ୍ବଦା ଦାଶ ଓ ବ୍ୟଙ୍ଗ କଳାକାର ରବୀନ୍ଦ୍ର କୁମାର ରାଉତ ଯୋଗ ଦେଇଥିଲେ। ତପନ କୁମାର ପଣ୍ଡାଙ୍କ କବିତା ପୁସ୍ତକ \”ଭକ୍ତି ନିବେଦନ ଶତକମ୍\”, ପୁରୁଷୋତ୍ତମ ନାୟକଙ୍କ କବିତା ପୁସ୍ତକ ଶ୍ରୀ ଶ୍ରୀ ପୁରୋଷତ୍ତମ ପଦ୍ୟାବଳୀ ଏବଂ ନୟାଗଡରୁ ପ୍ରକାଶିତ ସାପ୍ତାହିକ ସମ୍ବାଦପତ୍ର ସମ୍ବାଦ ପରମ୍ପରାକୁ ଅତିଥିମାନେ ଉନ୍ମୋଚନ କରିଥିଲ । ଅତିଥିମାନେ ହରିଶ୍ ପ୍ରଧାନଙ୍କୁ ଡକ୍ଟର କବି ଭୂଷଣ ଭାବେ, ସୁରେନ୍ଦ୍ର କୁମାର ପଣ୍ଡାଙ୍କୁ ଆଦର୍ଶ ଶିକ୍ଷକ ସମ୍ମାନ ଏବଂ ପ୍ରମୋଦ କୁମାର ସେଠୀଙ୍କୁ ଆଦର୍ଶ ପରିବେଶବିତ୍ ସମ୍ମାନରେ ସମ୍ମାନିତ କରିଥିଲେ। ସମାଜସେବୀ ଓ ସାହିତ୍ୟ ସଂଗଠକ ପ୍ରମୋଦ ପଟ୍ଟନାୟକ ଏହି ସାରସ୍ଵତ ସମାରୋହରେ ସଭାପତିତ୍ବ କରିଥିଲେ । କବୀ କ୍ଷଣପ୍ରଭା କର ଓ କବି ନୀଳମାଧବ ମିଶ୍ର କବିତା ଗୁଡ଼ିକୁ ସଂଯୋଜନା କରିଥିଲେ। ସୃଜନିକା ସଚିବ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ଏହାକୁ ପରିଚାଳନା କରିଥିଲେ।






