ଶ୍ରୀନଗର,(ବାଘୁଆବାର୍ତ୍ତା): ଆତଙ୍କୀ ହମଲାରେ ଦୁଇଜଣ ପୁଲିସ ନିହତ ହୋଇଥିବା ଜଣାପଡ଼ିଛି । ସୂଚନାନୁସାରେ, ଜମ୍ମୁ-କାଶ୍ମୀରର ଶ୍ରୀନଗରର ଉଚ୍ଚ ସୁରକ୍ଷା ଅଞ୍ଚଳ ହାଇୱାଆଡ୍ଡା ମାର୍ଗରେ ଆଜି ଲସ୍କର ଆତଙ୍କବାଦୀମାନେ ହମଲା କରିଛନ୍ତି । ଏଥିରେ ଦୁଇ ପୁଲିସ କର୍ମୀ ସହୀଦ ହୋଇଛନ୍ତି । ପୁଲିସ ବିଭାଗର ଜଣେ ବରିଷ୍ଠ ଅଧରକାରୀଙ୍କ କହିବାନୁସାରେ, ଆତଙ୍କବାଦୀମାନେ ପୁଲିସ କର୍ମୀଙ୍କ ଉପରକୁ ଅତି ନିକଟରୁ ଗୁଳି କରିଛନ୍ତି । ଯାହାଫଳରେ ପୁଲିସ କର୍ମୀ ତଳେ ପଡ଼ି ଯିବାରୁ ସେମାନଙ୍କୁ ମେଡିକାଲ ନିଆଯାଇଥିଲା । ହେଲେ ଡାକ୍ତର ଉଭୟ ପୁଲିସ କର୍ମୀଙ୍କୁ ମୃତ ଘୋଷଣା କରିଥିଲେ । ଏହି ହମଲା ପରେ ଉକ୍ତ ଅଞ୍ଚଳରେ ସୁରକ୍ଷାବଳୟକୁ କଡ଼ାକଡ଼ି କରିବା ସହିତ ସର୍ଚ୍ଚ ଅପରେସନ୍ ଜାରି କରିଥିବା ଜଣାପଡିଛି । ଆତଙ୍କୀ ହମଲା କରିବାର ଉକ୍ତ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜରେ କଏଦ୍ ହୋଇଥିବା ଦେଖିବାକୁ ମିଳିଛି ।





