Monday, April 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏଏସ୍ଆଇ ଡିଜି-ଶ୍ରୀମନ୍ଦିର ପ୍ରଶାସକଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

by ସଞ୍ଜୟ ସ୍ୱାଇଁ
May 25, 2025
in State
ଏଏସ୍ଆଇ ଡିଜି-ଶ୍ରୀମନ୍ଦିର ପ୍ରଶାସକଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ
14
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଓଡ଼ିଶା ଗସ୍ତରେ ଆସିଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣା ସଂସ୍ଥା ମହାନିର୍ଦ୍ଦେଶକ (ଏଏସ୍ଆଇ ଡିଜି) ଡ.ୱାଇ.ଏସ୍. ରାୱତ୍ ଏବଂ ଶ୍ରୀମନ୍ଦିର ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶେଷକରି ପୁରୀ ଶ୍ରୀମନ୍ଦିରର ବର୍ତ୍ତମାନ ଏବଂ ଭବିଷ୍ୟତ ଐତିହ୍ୟ ସଂରକ୍ଷଣ ଉପରେ ଆଲୋଚନା ହୋଇଥିଲା । ଉଭୟ ଏଏସ୍ଆଇ ଏବଂ ଶ୍ରୀମନ୍ଦିର ପ୍ରଶାସନ ମିଳିତ ଭାବରେ ଏହି ଆଇକନିକ୍ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟସ୍ଥଳୀକୁ ସୁରକ୍ଷିତ ଓ ସଂରକ୍ଷିତ ରଖିବା ଦିଗରେ କାର୍ଯ୍ୟ କରିବେ । ସେଥିପାଇଁ ଉଭୟ ସଂସ୍ଥା ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରେସ୍ ବାର୍ତ୍ତାରେ ସୂଚନା ଦିଆଯାଇଛି । ମନ୍ଦିର ପରିସର ସଂରକ୍ଷଣ ଓ ପୁନରୁଦ୍ଧାର କାର୍ଯ୍ୟ ଏବଂ ରଥଯାତ୍ରା ସମୟରେ ଗର୍ଭଗୃହରେ ବିଭିନ୍ନ କାର୍ଯ୍ୟ, ଏଏସ୍ଆଇ ଦ୍ୱାରା ରତ୍ନ ଭଣ୍ଡାରର ମରାମତି କାର୍ଯ୍ୟ ସମାପ୍ତ କରିବା, ଶ୍ରୀମନ୍ଦିରର ଉତ୍ତର ଦ୍ୱାର ଓ ପ୍ରବେଶ ଦ୍ୱାରରେ ବୟସ୍କ ଏବଂ ଭିନ୍ନକ୍ଷମ ଭକ୍ତଙ୍କ ଏଣ୍ଟ୍ରି ସୁବିଧା ପାଇଁ ର‌୍ୟାମ୍ପ୍ ବ୍ୟବସ୍ଥା କରିବା, ନାଟ ମଣ୍ଡପରେ ଶୀତତାପ ନିୟନ୍ତ୍ରିତ (ଏସି) ଏବଂ ମନ୍ଦିରର ସମ୍ମୁଖ ଭାଗରୁ ଆଲୋକୀକରଣ, ଜଗମୋହନର ବାହାର ସ୍ଲାପିଂ ଛାତର ସଂରକ୍ଷଣ କାର୍ଯ୍ୟ ସହ ମା’ ବିମଳା, ମହାଲକ୍ଷ୍ମୀ, ଭୁବନେଶ୍ୱରୀ, ଆଦି ନୃସିଂହ ଏବଂ ସୂର୍ଯ୍ୟ ମନ୍ଦିର ପରି ବିଭିନ୍ନ ମନ୍ଦିରରେ ବଜ୍ରପାତ ନିରୋଧ ଯନ୍ତ୍ର ଲଗାଇବା, ଜଗମୋହନ ଏବଂ ଭୋଗମଣ୍ଡପ ସ୍ତମ୍ଭର ସଂରକ୍ଷଣ କାର୍ଯ୍ୟ ସହ ମୁଖ୍ୟ ମନ୍ଦିରର ବାହାର ପଥରକୁ ରାସାୟନିକ ପ୍ରକ୍ରିୟାରେ ସଫେଇ କରାଯିବ ବୋଲି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏହି ଅବସରରେ ଡ. ପାଢ଼ୀ ଏଏସ୍ଆଇ ଡିଜିଙ୍କୁ ମହାପ୍ରଭୁଙ୍କ ଶୁଖିଲି ଭୋଗ ପ୍ରଦାନ କରିଥିଲେ । ଏଏସ୍ଆଇ ପ୍ରତିନିଧି ଦଳରେ ଉପ-ମହାନିର୍ଦ୍ଦେଶକ ସଂରକ୍ଷଣ ଶ୍ରୀ ଜାନୱି ଶର୍ମା, ନିର୍ଦ୍ଦେଶକ ସଂରକ୍ଷଣ ଶ୍ରୀ ଭୀମ ଅଜମୀରା, ନିର୍ଦ୍ଦେଶକ ବିଜ୍ଞାନ ଶ୍ରୀ ମନୋଜ ଭଟନାଗର, ଆଂଚଳିକ ନିର୍ଦ୍ଦେଶକ ଡ. ଦିଲ୍ଲୀପ ଖମାରି ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉନ୍ନୟନ ପ୍ରଶାସକ ଶ୍ରୀ ଦେବବ୍ରତ ସାହୁ ଏବଂ ଓଏସଡି ନିର୍ମାଣ ଆଶିଷ୍ ସୁବୁଦ୍ଧି ଯୋଗଦେଇଥିଲେ । ବୈଠକରେ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!