ପୁରୀ,(ବାଘୁଆବାର୍ତ୍ତା): ଭକ୍ତଙ୍କ ଭାବରେ ବନ୍ଧା ହୋଇଥିବା ଜଗତର ନାଥ ଜଗନ୍ନାଥ ଏଣିକି ସବୁଦିନ ପାଇଁ ଭକ୍ତଙ୍କୁ ଦର୍ଶନ ଦେବେ । କୋଭିଡ୍-୧୯ କଟକଣାରେ ବନ୍ଧା ହୋଇଥିବା ଶ୍ରୀମନ୍ଦିର ଆଜି ଭକ୍ତଙ୍କ ଭାବାବେଗକୁ ପାଥୟ କରି ଶ୍ରୀମନ୍ଦିର ସବୁଦି ପାଇଁ ଖୋଲିବା ନେଇ ଆଜି ନିଷ୍ପତ୍ତି ହୋଇଛି । ସୂଚନାନୁସାରେ, ପୁରୀ ଶ୍ରୀମନ୍ଦିର ସବୁ ଦିନ ଖୋଲିବା ପାଇଁ ଆଜି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କିଷନ୍ କୁମାର ସୂଚନା ଦେଇଛନ୍ତି । ଭକ୍ତମାନେ ଶ୍ରୀମନ୍ଦିରର ସିଂହଦ୍ୱାର ଦେଇ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରି ଅନ୍ୟ ୩ଟି ଦ୍ୱାର ଦେଇ ମନ୍ଦିରରୁ ବାହାରି ପାରିବେ । ପ୍ରତିଦିନ ସକାଳ ୬ଟାରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଏବଂ କୋଭିଡ୍-୧୯ କଟକଣା ନିୟମ ପାଳନ କରିବା ସହିତ ମନ୍ଦିର ଭିତରେ ପାନ ଛେପ, ଖଙ୍କାର ପକାଇଲେ ୧ ହଜାର ଟଙ୍କା ଦଣ୍ଡ କରାଯିବ । ଏଥିପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯିବ । ପଲଥିନ୍ ଓ ପ୍ଲାଷ୍ଟିକ ବ୍ୟବହାର ଉପରେ ମଧ୍ୟ କଟକଣା ଜାରି ବୋଇଥିବା ସୂଚନା ମିଳିଛି ।





