ପୁରୀ,(ବାଘୁଆବାର୍ତ୍ତା): ରଥଯାତ୍ରା ସମୟରେ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ହେବ। ଶ୍ରୀମନ୍ଦିର ଗର୍ଭଗୃହରେ ରତ୍ନ ସିଂହାସନର ଡକ୍ୟୁମେଣ୍ଟେସନ କରାଯିବ। ଲେଜର ସ୍କାନିଂ ସହ ଏହାକୁ ରେକର୍ଡ କରି ସାଇତାଯିବ। ଏହି କାର୍ଯ୍ୟ ସମ୍ପାଦନ ପାଇଁ କେତେ ସମୟ ଲାଗିବ ଏବଂ କ’ଣ ଆହ୍ବାନ ରହିବ, ସେ ବିଷୟ ଆଲୋଚନା ହୋଇଛି। ରତ୍ନ ସିଂହାସନରୁ ପଥର ଗାଏବ ହେବା ନେଇ ଚର୍ଚ୍ଚା ହୋଇଥିବାବେଳେ ଗତ ବର୍ଷ ଏହାକୁ ଗୁରୁତ୍ବର ସହ ନେଇ ଏହାର ଡକ୍ୟୁମେଣ୍ଟେସନ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଫଳସ୍ବରୂପ ଗତ ମାସରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଏ ସଂକ୍ରାନ୍ତରେ ଏକ ବୈଠକ ହୋଇ ଏହି ନିଷ୍ପତ୍ତି ନିଆଯାଇଛି।






