ନୟାଗଡ଼,ତା୧୩ା୧୨: ନୟାଗଡ଼ସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରର ବାର୍ଷିକ କ୍ରୀଡା ଉଦ୍ଯାପିିତ ହୋଇଯାଇଛି । ଏହି ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍ ତଥା ନାଟ୍ୟକାର ପ୍ରଫେସର ରାମଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଗଣେଶ୍ୱର ମିଶ୍ର ଓ ବରିଷ୍ଠ କର୍ଣ୍ଣନାସା, ଡାକ୍ତର ରାମଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ପାତ୍ର ଅଧ୍ୟକ୍ଷତା କରିଥିଲା ବେଳେ ବିଦ୍ୟାଳାୟର ଅଧ୍ୟକ୍ଷ ତଥା ସମ୍ପାଦକ ଶ୍ରୀଧର ସାହୁ ସଂଯୋଜନା କରିଥିଲେ । ଏହି କ୍ରୀଡା ସମାରୋହରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଖେଳ ଶିକ୍ଷୟତ୍ରୀ ଶୋଭାରାଣୀ ସାହୁ ଓ ସୁନିତା ସାହୁ ଖେଳକୁ ପରିଚାଳନା କରିଥିଲେ । ଅନ୍ୟ ଗୁରୁଜୀ ଗରୁମାମାନେ ସହଯୋଗ କରିଥିଲେ । ଏହି କ୍ରୀଡାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନେ ଜିଲ୍ଲାସ୍ତରୀୟ କ୍ରୀଡାରେ ଭାଗ ନେଇଥିବାରୁ ଅତିଥିମାନେ କୃତୀ ପ୍ରତିଯୋଗିମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ପ୍ରିୟମ୍ବଦା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।