ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସମ୍ଭାବ୍ୟ ବାତ୍ୟାକୁ ନେଇ ଏସଆରସି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ସମ୍ମିଳନୀରେ ସାମ୍ଭାବ୍ୟ ବାତ୍ୟା ପାଇଁ ୧୪ଟି ଜିଲ୍ଲାକୁ ସତର୍କ କରାଯାଇଛି । ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ପବନ ବହିବ । ୪ ତାରିଖରେ ସ୍ଥଳ ଭାଗ ଛୁଇଁବ ବାତ୍ୟା । ୪ଟି ଜିଲ୍ଲାରେ ପବନ ବେଗ ୧୦୦ କି.ମି ବେଗରେ ବହିବ । ବାତ୍ୟା ପାଇଁ ତଳିଆ ଅଞ୍ଚଳର ଲୋକ ମାନଙ୍କୁ ସ୍ତାନାନ୍ତରିତ କରିବା ପାଇଁ କୁହାଯାଇଛି । ଏବଂ ଜିଲ୍ଲାପାଳମାନେ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୨୦ଟି ଓଡ୍ରାଫ୍ ଟିମ୍, ୧୭ ଏନଡିଆରଏଫ୍ ଓ ୧୭୨ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି । ଧାନକାଟି ଅମଳ କରିବା ପାଇଁ ଚାଷିମାନଙ୍କୁ ପରାମର୍ଶ ଦିଆଯାଇଛି । ତେବେ କେଉଁଠି ବାତ୍ୟା ସ୍ଥଳ ଭାଗ ଛୁଇଁବ ତାହା ଆସନ୍ତାକାଲି ଜଣାପଡିବ ବୋଲି ସୂଚନା ମିଳିଛି ।





