ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଆଜି ନୟାଗଡ଼ ଜିଲ୍ଲା ଶ୍ରମିକ ମହାସଂଘ ଓ କଳିଙ୍ଗ ନିର୍ମାଣ ଶ୍ରମିକ ମଂଚ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ଶ୍ରମ କାର୍ଯ୍ୟାଳୟରେ ସ୍ଥାଣୁତା ଏବଂ ସହାୟତା ପ୍ରଦାନରେ ବିଳମ୍ବକୁ ନେଇ ଆଜି ସଂଗଠନର କର୍ମକର୍ତ୍ତାମାନେ ଏକ ଶୋଭାଯାତ୍ରାରେ ଆସି ଶ୍ରମ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଦୀର୍ଘ ସମୟ ନିର୍ମାଣ ଶ୍ରମିକମାନେ କାର୍ଯ୍ୟାଳୟ ଘେରାଉ କରିବା ପରେ ଶ୍ରମ ଅଧିକାରୀ ଘଟଣାସ୍ଥଳକୁ ଆସି ଆନ୍ଦୋଳନକାରୀ ଲୋକଙ୍କୁ ବୁଝାଶୁଝା କରିବା ସହ ବର୍ତ୍ତମାନର ଆଇନ ଅନୁଯାୟୀ ଅନ୍ଲାଇନ୍ ଆବେଦନ କରିବା ଏବଂ ୨୦ ଟଙ୍କାର ଶୁକ୍ଲ ଦେବାକୁ ନିୟମ ରହିଛି । ମାତ୍ର କୈାଣସି ଆବେଦନରେ ଶୁକ୍ଲ ପ୍ରଦାନ କରାଯାଇନଥିବା ଶ୍ରମ ଅଧିକାରୀ କହିଥିଲେ । ଅନ୍ୟପକ୍ଷେ ନିର୍ମାଣ ଶ୍ରମିକଙ୍କ ଏକ ପ୍ରତିନିଧି ମଣ୍ଡଳୀକୁ ଶ୍ରମ ଆୟୁକ୍ତଙ୍କ ସହ ଆଲୋଚନା କରିଛନ୍ତି । ଯଥାଶ୍ରୀଘ୍ର ଅସୁବିଧା ଦୂର ହେବ ବୋଲି ଜଣାପଡ଼ିଛି ।





