Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କମ୍ରେଡ ଅଧିକାରୀ ବେହେରାଙ୍କ ଶ୍ରଦ୍ଧାଞ୍ଜଳି ସଭା

by ସଞ୍ଜୟ ସ୍ୱାଇଁ
June 4, 2025
in Nayagarh, State
କମ୍ରେଡ ଅଧିକାରୀ ବେହେରାଙ୍କ ଶ୍ରଦ୍ଧାଞ୍ଜଳି ସଭା
38
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଲାଠିପଡା ଜୟପ୍ରକାଶ ଯୁବସଙ୍ଘ ପରିସରରେ ଦିବଂଗତ କମ୍ୟୁନିଷ୍ଟ ନେତା ଅଧିକାରୀ ବେହେରାଙ୍କ ଦ୍ଵାଦଶାହ ଅବସରରେ ବରିଷ୍ଠ ସିପିଆଇ ଏମ୍ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏକ ଶୋଭାଯାତ୍ରାରେ ଲାଠିପଡା ଗ୍ରାମ ପରିକ୍ରମା ପରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ଅଧିକାରୀ ବେହେରା ଥିଲେ କୃଷକ ଶ୍ରମିକ ଶ୍ରେଣୀର ପ୍ରିୟ ସାଥୀ, ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ସାଲିସହୀନ ସଂଗ୍ରାମୀ, ଲାଠିପଡା ଆଞ୍ଚଳିକ ବିକାଶର ସ୍ଵପ୍ନ ଦ୍ରଷ୍ଟା ପୁରୁଷ । ତାଙ୍କ ବିୟୋଗରେ ଅଞ୍ଚଳ ତାର ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ଶୋକ ବାର୍ତ୍ତାରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଏହି ସଭାରେ ଜିଲ୍ଲା ପରିଷଦର ପ୍ରାକ୍ତନ ସଭାପତି ହରେକୃଷ୍ଣ ପ୍ରଧାନ , ଶିକ୍ଷାବିତ୍ ଚତୁର୍ଭୁଜ ପାତ୍ର , ପଞ୍ଚାନନ ଡାକୁଆ, ଯୁବସଙ୍ଘ ପ୍ରତିଷ୍ଠାତା ସଦସ୍ୟ ଜଗବନ୍ଧୁ ସାହୁ , ଦୀନବନ୍ଧୁ ସାହୁ , ସଦାନନ୍ଦ ସାହୁ, ତ୍ରିଲୋଚନ ପ୍ରଧାନ,ପ୍ରଭାତ ପୃଷ୍ଟି , ପବିତ୍ର ସାହୁ , ପ୍ରହଲ୍ଲାଦ ସାହୁ , ପ୍ରବୀଣ ବେହେରା , ସିପିଆଇ ଏମ୍ ଜିଲ୍ଲା ସଂପାଦକ ହରିଶ୍ଚନ୍ଦ୍ର ମିଶ୍ର, ଅନ୍ୟତମ ନେତା ଶରତଚନ୍ଦ୍ର ବେହେରା, ପବିତ୍ର ଇନ୍ଦ୍ରଜିତ, ସୁରେଶ ସ୍ବାଇଁ, ସରୋଜ କୁମାର ନାୟକ, ଜୟନ୍ତୀ ଦାଶ, ସଂଯୁକ୍ତା ସେଠୀ, କୁଳମଣି ପୃଷ୍ଟି ପ୍ରମୁଖ ଅଧିକାରୀ ବେହେରାଙ୍କ ତ୍ୟାଗପୂତ ଜୀବନ ଉପରେ ଆଲୋଚନା କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!