ଭଦ୍ରକ, (ବାଘୁଆବାର୍ତ୍ତା): ଚାଲିଛି ହକି ବିଶ୍ୱକପ ଫିବର୍, ସବୁଠି ଏବେ ହକିର ମହୋଲ୍, ସାରା ରାଜ୍ୟ ଏବେ ଚଳଚଞ୍ଚଳ ହକି ପାଇଁ। ଆଜି ଭଦ୍ରକ ବ୍ଲକ ଓଲଙ୍ଗ ଗ୍ରାମ ପଞ୍ଚାୟତର ଓଲଙ୍ଗ ମିନି ଷ୍ଟାଡିୟମଠାରେ ବିଶ୍ଵକପ ହକି ଉପଲକ୍ଷେ ଭଦ୍ରକ ବ୍ଲକ ସ୍ତରୀୟ ବାର୍ଷିକ କ୍ରୀଡା ଅନୁଷ୍ଟିତ ହେଉଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ଭଦ୍ରକ ସଞ୍ଜୀବ କୁମାର ମଲ୍ଲିକ, ପୂର୍ବତନ ବିଧାୟକ ଧାମନଗର ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଉର୍ମିଳା ନାୟକ, ଭଦ୍ରକ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସୀତାକାନ୍ତ ରାଉତ, ଫେକର ବେଦାନ୍ତ କମ୍ପାନୀ ସିଇଓ ଶ୍ରୀଯୁକ୍ତ ବଳବନ୍ତ ସିଂ ରାଠୋଡ଼, ଜୋନ ନଂ ୨୫ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ପ୍ରତିମା ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ କ୍ଷୀରୋଦ ରାଉତ , ଜିଲ୍ଲା ଶିକ୍ଷାଧିକରୀ କପିଳେନ୍ଦ୍ର ମିଶ୍ର, ସରପଞ୍ଚ ଅକ୍ଷୟ ପ୍ରାସାଦ ମହାନ୍ତି , ସମିତି ସଭ୍ୟ। ଗୌରୀ ରାଉତ, ପୁର୍ବତନ ସରପଞ୍ଚ ଦେବିଦତ୍ତା ମହାନ୍ତି , ପ୍ରଦୀପ ସେଠୀ, ରାଧାଶ୍ୟାମ ବେହେରା ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ମାନ୍ୟଗଣ୍ୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ। କ୍ରୀଡ଼ାର ବିକାଶ ପାଇଁ ସର୍ବଦା ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ବଦ୍ଧ, ସେହିଭଳି ଭଦ୍ରକ ନେହେରୁ ଷ୍ଟାଡିୟମ୍ ଆଗାମୀ ଦିନରେ ରୂପାନ୍ତରିତ ହୋଇ ସମସ୍ତ କ୍ରୀଡ଼ା କାର୍ୟ୍ୟକ୍ରମ ହେବ ବୋଲି କହିଛନ୍ତି ବିଧାୟକ।






