ଭୁବନେଶ୍ୱର (ବାଘୁଆବାର୍ତ୍ତା): ପଞ୍ଚାବ କିଙ୍ଗସ ଟିମର କ୍ୟାପଟେନ ଲୋକେଶ ରାହୁଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ରାହୁଲ ପେଟରେ ଯନ୍ତ୍ରଣା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଆପେଣ୍ଡିସାଇଟିସ ହୋଇଥିବା ସୂଚନା ମିଳିଛି । ପଞ୍ଜାବ କିଙ୍ଗସ ତା’ର ଟ୍ୱିଟର ଆକଉଣ୍ଟରେ ଏକ ଫଟୋ ପୋଷ୍ଟ କରି ରାହୁଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ଦେଇଛି । ଏହାସହ ରାହୁଲଙ୍କର ସର୍ଜରୀ ହେବ ବୋଲି ଫ୍ରାଞ୍ଚାଇଜି ଜଣାଇଛି । ରବିବାର ପଞ୍ଜାବ କିଙ୍ଗସ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ ଖେଳିବ ।






