Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟୋକିଓରେ ଚମକୁଛନ୍ତି ଭାରତୀୟ ପାରା ଆଥଲେଟ୍, ଭାରତକୁ ତିନୋଟି ପଦକ ମିଳିଛି

by ସଞ୍ଜୟ ସ୍ୱାଇଁ
August 31, 2021
in Sports, WORLD
ଟୋକିଓରେ ଚମକୁଛନ୍ତି ଭାରତୀୟ ପାରା ଆଥଲେଟ୍, ଭାରତକୁ ତିନୋଟି ପଦକ ମିଳିଛି
43
VIEWS
Share on FacebookShare on Twitter

ଟୋକିଓ, (ବାଘୁଆବାର୍ତ୍ତା): ଟୋକିଓରେ ଚମକୁଛନ୍ତି ଭାରତୀୟ ପାରା ଆଥଲେଟ୍। ମଙ୍ଗଳବାର ସପ୍ତମ ଦିବସରେ ଭାରତକୁ ତିନୋଟି ପଦକ ମିଳିଛି। ସକାଳେ ଶୁଟିଂରେ ସିଂହରାଜ ବ୍ରୋଞ୍ଜ ପଦକ ଜିତିଥିବା ଅପରାହ୍ଣରେ ହାଇଜମ୍ପରେ ଭାରତକୁ ଡବଲ୍ ପଦକ ମିଳିଛି। ହାଇଜମ୍ପର ଟି-୬୩ ବର୍ଗର ଫାଇନାଲରେ ମରିୟପ୍ପନ ଥଙ୍ଗାଭେଲୁ ରୌପ୍ୟ ଓ ଶରଦ କୁମାର ବ୍ରୋଞ୍ଜ ପଦକ ଜିତିଛନ୍ତି। ଏଥିସହ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୦ରେ ପହଞ୍ଚି ଯାଇଛି। ଭାରତ ପାରାଲିମ୍ପିକ୍ସରେ ଏପର୍ୟ୍ୟନ୍ତ ୨ ସ୍ୱର୍ଣ୍ଣ, ୫ ରୌପ୍ୟ ଓ ୩ ବ୍ରୋଞ୍ଜ ପଦକ ପାଇଛି। ପାରାଲିମ୍ପିକ୍ସରେ ମରିୟପ୍ପନଙ୍କର ଏହା ଦ୍ୱିତୀୟ ପଦକ। ଏହା ପୂର୍ବରୁ ୨୦୧୬ ରିଓ ଅଲିମ୍ପିକ୍ସରେ ମରିୟପ୍ପନ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତେବେ ଭାରତର ଅନ୍ୟତମ ପଦକ ଦାବିଦାର ବରୁଣ ଭଟ୍ଟି ନିରାଶ କରିଛନ୍ତି। ବରୁଣ ୧.୭୭ ମିଟର୍ ଜମ୍ପ ମାରି ସପ୍ତମ ସ୍ଥାନରେ ରହିଛନ୍ତି। ହାଇଜମ୍ପ ଫାଇନାଲରେ ମରିୟପ୍ପନ ୧.୮୬ ମିଟର୍ ଜମ୍ପ କ୍ଲିୟର୍ କରିଥିଲେ। କିନ୍ତୁ ସ୍ୱର୍ଣ୍ଣ ପଦକ ପାଇଁ ଆବଶ୍ୟକ ୧.୮୮ ମିଟର୍ ଜମ୍ପକୁ ସେ କ୍ଲିୟର କରିପାରିନଥିଲେ। ଏହି ବର୍ଗରେ ଆମେରିକାର ବିଶ୍ୱ ରେକର୍ଡଧାରୀ ସାମ୍ ଗ୍ରେୱି ୧.୮୮ ମିଟର୍ ଜମ୍ପ ମାରି ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି। ବ୍ରୋଞ୍ଜ ପଦକ ଜିତିଥିବା ଶରଦ କୁମାର ୧.୮୩ ମିଟର୍ ଜମ୍ପ ମାରିଛନ୍ତି। ୨୦୧୬ ରିଓ ପାରାଲିମ୍ପିକ୍ସରେ ମରିୟପ୍ପନ ୧.୮୯ ମିଟର୍ ଜମ୍ପ ମାରି ସ୍ୱର୍ଣ୍ଣ ପଦକ ଜିତିଥିଲେ। କିନ୍ତୁ ଏଠାରେ ସେ ଏହି ମାର୍କକୁ ଅତିକ୍ରମ କରିପାରିନାହାନ୍ତି। ମଙ୍ଗଳବାର ସକାଳେ ଭାରତକୁ ଶୁଟିଂରେ ବ୍ରୋଞ୍ଜ ପଦକ ଦେଇଥିଲେ ସିଂହରାଜ ଅଧାନା। ସିଂହରାଜ ପୁରୁଷ ୧୦ ମିଟର୍ ଏୟାର ପିସ୍ତଲ ଏସଏଫ୍-୧ ଇଭେଣ୍ଟରେ ଏହି ସଫଳତା ହାସଲ କରିଛନ୍ତି। ଫାଇନାଲରେ ସିଂହରାଜ ୨୧୬.୮ ସ୍କୋର ସହ ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଜ ପଦକ ନିଜ ନାଁରେ କରିଛନ୍ତି।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!