Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟୋକିଓରେ ଚମକୁଛନ୍ତି ଭାରତୀୟ ପାରା ଆଥଲେଟ୍, ଭାରତକୁ ତିନୋଟି ପଦକ ମିଳିଛି

by ସଞ୍ଜୟ ସ୍ୱାଇଁ
August 31, 2021
in Sports, WORLD
ଟୋକିଓରେ ଚମକୁଛନ୍ତି ଭାରତୀୟ ପାରା ଆଥଲେଟ୍, ଭାରତକୁ ତିନୋଟି ପଦକ ମିଳିଛି
44
VIEWS
Share on FacebookShare on Twitter

ଟୋକିଓ, (ବାଘୁଆବାର୍ତ୍ତା): ଟୋକିଓରେ ଚମକୁଛନ୍ତି ଭାରତୀୟ ପାରା ଆଥଲେଟ୍। ମଙ୍ଗଳବାର ସପ୍ତମ ଦିବସରେ ଭାରତକୁ ତିନୋଟି ପଦକ ମିଳିଛି। ସକାଳେ ଶୁଟିଂରେ ସିଂହରାଜ ବ୍ରୋଞ୍ଜ ପଦକ ଜିତିଥିବା ଅପରାହ୍ଣରେ ହାଇଜମ୍ପରେ ଭାରତକୁ ଡବଲ୍ ପଦକ ମିଳିଛି। ହାଇଜମ୍ପର ଟି-୬୩ ବର୍ଗର ଫାଇନାଲରେ ମରିୟପ୍ପନ ଥଙ୍ଗାଭେଲୁ ରୌପ୍ୟ ଓ ଶରଦ କୁମାର ବ୍ରୋଞ୍ଜ ପଦକ ଜିତିଛନ୍ତି। ଏଥିସହ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୦ରେ ପହଞ୍ଚି ଯାଇଛି। ଭାରତ ପାରାଲିମ୍ପିକ୍ସରେ ଏପର୍ୟ୍ୟନ୍ତ ୨ ସ୍ୱର୍ଣ୍ଣ, ୫ ରୌପ୍ୟ ଓ ୩ ବ୍ରୋଞ୍ଜ ପଦକ ପାଇଛି। ପାରାଲିମ୍ପିକ୍ସରେ ମରିୟପ୍ପନଙ୍କର ଏହା ଦ୍ୱିତୀୟ ପଦକ। ଏହା ପୂର୍ବରୁ ୨୦୧୬ ରିଓ ଅଲିମ୍ପିକ୍ସରେ ମରିୟପ୍ପନ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତେବେ ଭାରତର ଅନ୍ୟତମ ପଦକ ଦାବିଦାର ବରୁଣ ଭଟ୍ଟି ନିରାଶ କରିଛନ୍ତି। ବରୁଣ ୧.୭୭ ମିଟର୍ ଜମ୍ପ ମାରି ସପ୍ତମ ସ୍ଥାନରେ ରହିଛନ୍ତି। ହାଇଜମ୍ପ ଫାଇନାଲରେ ମରିୟପ୍ପନ ୧.୮୬ ମିଟର୍ ଜମ୍ପ କ୍ଲିୟର୍ କରିଥିଲେ। କିନ୍ତୁ ସ୍ୱର୍ଣ୍ଣ ପଦକ ପାଇଁ ଆବଶ୍ୟକ ୧.୮୮ ମିଟର୍ ଜମ୍ପକୁ ସେ କ୍ଲିୟର କରିପାରିନଥିଲେ। ଏହି ବର୍ଗରେ ଆମେରିକାର ବିଶ୍ୱ ରେକର୍ଡଧାରୀ ସାମ୍ ଗ୍ରେୱି ୧.୮୮ ମିଟର୍ ଜମ୍ପ ମାରି ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି। ବ୍ରୋଞ୍ଜ ପଦକ ଜିତିଥିବା ଶରଦ କୁମାର ୧.୮୩ ମିଟର୍ ଜମ୍ପ ମାରିଛନ୍ତି। ୨୦୧୬ ରିଓ ପାରାଲିମ୍ପିକ୍ସରେ ମରିୟପ୍ପନ ୧.୮୯ ମିଟର୍ ଜମ୍ପ ମାରି ସ୍ୱର୍ଣ୍ଣ ପଦକ ଜିତିଥିଲେ। କିନ୍ତୁ ଏଠାରେ ସେ ଏହି ମାର୍କକୁ ଅତିକ୍ରମ କରିପାରିନାହାନ୍ତି। ମଙ୍ଗଳବାର ସକାଳେ ଭାରତକୁ ଶୁଟିଂରେ ବ୍ରୋଞ୍ଜ ପଦକ ଦେଇଥିଲେ ସିଂହରାଜ ଅଧାନା। ସିଂହରାଜ ପୁରୁଷ ୧୦ ମିଟର୍ ଏୟାର ପିସ୍ତଲ ଏସଏଫ୍-୧ ଇଭେଣ୍ଟରେ ଏହି ସଫଳତା ହାସଲ କରିଛନ୍ତି। ଫାଇନାଲରେ ସିଂହରାଜ ୨୧୬.୮ ସ୍କୋର ସହ ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଜ ପଦକ ନିଜ ନାଁରେ କରିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!