Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତକୁ ୧୦ ହଜାର ମିଟର ରେସ ୱାକ୍‌ରେ ଐତିହାସିକ ରୌପ୍ୟ ପଦକ

by ସଞ୍ଜୟ ସ୍ୱାଇଁ
August 21, 2021
in Sports, WORLD
ଭାରତକୁ ୧୦ ହଜାର ମିଟର ରେସ ୱାକ୍‌ରେ ଐତିହାସିକ ରୌପ୍ୟ ପଦକ
70
VIEWS
Share on FacebookShare on Twitter

ନାଇରୋବି, (ବାଘୁଆବାର୍ତ୍ତା): ଏଠାରେ ଚାଲିଥିବା ଅଣ୍ଡର ୨୦ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଭାରତକୁ ଆଉ ଗୋଟିଏ ପଦକ ମିଳିଛି। ୧୦ ହଜାର ମିଟର ରେସ୍‌ ୱାକ୍‌ରେ ଭାରତର ଅମିତ ଐତିହାସିକ ରୌପ୍ୟ ପଦକ ଜିତିଛନ୍ତି। ସେ ଏହି ରେସ୍‌କୁ ୪୨ ମିନିଟ ୧୭.୯୪ ସେକେଣ୍ଡରେ ଶେଷ କରି ଏହି ସଫଳତା ହାସଲ କରିଛନ୍ତି। ବିଶ୍ୱ ଆଥଲେଟିକ୍ସର କୌଣସି ରେସ୍‌ ୱାକ୍‌ରେ ଭାରତର ଏହା ପ୍ରଥମ ପଦକ। ୧୦ ହଜାର ମିଟର ରେସ୍‌ ୱାକ୍‌ରେ କେନିୟାର ହେରିଷ୍ଟୋନ ୱାନୟୋନିୟ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ସ୍ପେନର ପଲ ମ୍ୟାଗ୍ରାଥ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଉଭୟଙ୍କ ଟାଇମିଂ ଯଥାକ୍ରମେ ୪୨ ମିନିଟ ୧୦.୮୪ ସେକେଣ୍ଡ ଓ ୪୨ ମିନିଟ ୨୬.୧୧ ସେକେଣ୍ଡ ରହିଥିଲା। ୧୭ ବର୍ଷୀୟ ଅମିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ କେବଳ ରୌପ୍ୟ ପଦକ ଜିତି ନାହାନ୍ତି ବରଂ ୧୦ କିମି ରେସ୍‌ ୱାକରେ ନୂଆ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି। ଚଳିତ ବର୍ଷ ଅମିତ ଯେତେବେଳେ ୧୮ତମ ନ୍ୟାଶନାଲ ଫେଡରେସନ କପ୍‌ ଟାଇଟଲ ଜିତି ଥିଲେ ତାଙ୍କ ଟାଇମିଂ ଥିବା ୪୦ ମିନିଟ ୪୦.୯୭ ସେକେଣ୍ଡ ଥିଲା। କିନ୍ତୁ ସେ ଏହାଠାରୁ ଭଲ ପ୍ରଦର୍ଶନ କରି ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ଜିତିଛନ୍ତି। ପଦକ ଜିତିବା ପରେ ଅମିତ କହିଛନ୍ତି, ଏତେ ବଡ଼ ଇଭେଣ୍ଟରେ ଅଂଶ ଗ୍ରହଣ କରିବା ମୋ ପାଇଁ ଚ୍ୟାଲେଞ୍ଜିଂ ଥିଲା। ଏହା ମୋର ପ୍ରଥମ ଅନ୍ତର୍ଜାତୀୟ ଇଭେଣ୍ଟ। ପ୍ରଥମ ପ୍ରୟାସରେ ମୁଁ ଭାରତ ପାଇଁ ରୌପ୍ୟ ପଦକ ଜିତିଛି। ଆଗକୁ ଆହୁରି ଅଧିକ ଭଲ କରିବାକୁ ପ୍ରୟାସ କରିବି ବୋଲି ସେ କହିଛନ୍ତି। ରେସ୍‌ ୱାକ୍‌ରେ ଭାରତ ପ୍ରଥମଥର ପାଇଁ କୌଣସି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ପଦକ ଜିତିବାର ରେକର୍ଡ କରିଛି। ସେହିପରି ଆଥଲେଟିକ୍ସରେ ଦୁଇଟି ପଦକ ଜିତିବାର ଗୌରବ ହାସଲ କରିଛି। ଚଳିତ ସପ୍ତାହରେ ୪ ଗୁଣା ୪୦୦ ମିକ୍ସିଡ ରିଲେ ଟିମ୍‌ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲା।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!