Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତୀୟ ଅଲିମ୍ପିକ୍ ଖେଳାଳି ହେବେ ଚଳିତ ବର୍ଷ ସ୍ୱାଧୀନତା ଦିବସର ଖାସ୍ ଅତିଥି

by ସଞ୍ଜୟ ସ୍ୱାଇଁ
August 3, 2021
in NATIONAL NEWS, Sports
ଭାରତୀୟ ଅଲିମ୍ପିକ୍ ଖେଳାଳି ହେବେ ଚଳିତ ବର୍ଷ ସ୍ୱାଧୀନତା ଦିବସର ଖାସ୍ ଅତିଥି
105
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଚଳିତ ବର୍ଷର ସ୍ୱାଧୀନତା ଦିବସରେ ଖାସ୍ ଅତିଥି ହେବେ ଟୋକିଓ ଅଲିମ୍ପିକର ସମସ୍ତ ଖେଳାଳୀ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଅଲିମ୍ପିକ୍ ଖେଳାଳି ମାନଙ୍କୁ ଆମନ୍ତ୍ରିତ କରିବା ସହିତ ସେମାନଙ୍କ ସହିତ କଥାବାର୍ତ୍ତା କରିବେ । ଅଗଷ୍ଟ ୧୫ ଅବସରରେ ଏମାନେ ବିଶେଷ ଅତିଥି ରୂପେ ଯୋଗ ଦେବେ ବୋଲି ସୂଚନା ରହିଛି । ତେବେ ଟୋକିଓ ଅଲିମ୍ପିକ୍ ରେ ଭାରତର ୨୨୮ ସଦସ୍ୟ ବିଶିଷ୍ଟ ଦଳ ଅଲିମ୍ପିକ୍ ରେ ଭାଗ ନେଇଛନ୍ତି । ଯେଉଁଥିରେ ୧୧୯ ଜଣ ଖିଲାଡି ସାମିଲ୍ ରହିଛନ୍ତି । ଏଥିରେ ପିଭି ସିନ୍ଧୁ, ମନୁ ଭାକର୍, ଏମସୀ ମ୍ୟାରିକମ୍, ମୀରାବାଇ ଚାନୁ, ବିନେଶ ଫୋଗୋଟ୍, ଦୀପିକା କୁମାର ସାମିଲ୍ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ମୀରାବାଇ ଚାନୁ ଭାରୋତ୍ତୋଳନରେ ରୌପ୍ୟ ପଦକ ଏବଂ ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ବ୍ରୋଞ୍ଜ ପଦକ ଜିତିଛନ୍ତି। ବର୍ତ୍ତମାନ ଦୁଇଟି ପଦକ ସହ ଦେଶ ତାଲିକାରେ ଭାରତ ୬୩ ନମ୍ବରରେ ରହିଛି। ଅନ୍ୟପକ୍ଷରେ ଟୋକିଓ ଅଲିମ୍ପିକ୍ ଗେମ୍ସର ପୁରୁଷ ହକି ଇଭେଣ୍ଟରେ ଭାରତର ପରାଜୟ ପରେ ମୋଦୀ କହିଥିଲେ ଯେ ପରାଜୟ ଏବଂ ବିଜୟ ଜୀବନର ଏକ ଅଂଶ। ଭବିଷ୍ୟତ ପାଇଁ ଦଳକୁ ଶୁଭେଚ୍ଛା ଜଣାଇ ସେ କହିଛନ୍ତି ଯେ ଭାରତୀୟ ଦଳ ଯଥାସମ୍ଭବ ଉଦ୍ୟମ କରିଛି ଏବଂ ତାହା ହିଁ ଗୁରୁତ୍ୱପୂର୍ଣ୍ଣ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!