Sunday, October 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଲିମ୍ପିକ୍ସରେ ଉଭୟ ଆଥଲେଟଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିଲା

by ସଞ୍ଜୟ ସ୍ୱାଇଁ
August 2, 2021
in NATIONAL NEWS, Sports, WORLD
ଅଲିମ୍ପିକ୍ସରେ ଉଭୟ ଆଥଲେଟଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିଲା
77
VIEWS
Share on FacebookShare on Twitter

ଟୋକିଓ, (ବାଘୁଆବାର୍ତ୍ତା): ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ସମସ୍ତ ଆଥଲେଟଙ୍କ ସ୍ୱପ୍ନ ଥାଏ । ଏଥିରେ ବୋଧହୁଏ କେହି ଭାଗୀଦାର ହେବାକୁ ଚାହିଁବେ ନାହିଁ । ଚଳିତ ଟୋକିଓ ଅଲିମ୍ପିକ୍ସରେ ଏଥିରେ ବ୍ୟତୀକ୍ରମ ଦେଖିବାକୁ ମିଳିଛି । କତାରର ଆଥଲେଟ ମୁତାଜା ଏସା ୱାରଶିମ ଏକୁଟିଆ ସ୍ୱର୍ଣ୍ଣ ପଦକ ନେବାକୁ ମନା କରିଦେଲେ । ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଇଟାଲୀର ଗିୟାନମାର୍କୋ ତାମ୍ବେରୀଙ୍କ ସହ ତାଙ୍କୁ ଏକତ୍ର ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା । ଘଟଣାଟି ଏହିପରିଟ୍ଟ ପୁରୁଷ ହାଇଜମ୍ପରେ ଏହି ଦୁଇ ଆଥଲେଟ ସମାନ ୨.୩୭ ମିଟର ଜମ୍ପ ଲଗାଇ ପ୍ରଥମ ସ୍ଥାନରେ ରହିଥିଲେ । ପଦକ ବିଜେତା ସ୍ଥିର କରାଯାଇ ନ ପାରିବାରୁ ୩ ଏକ୍ସଟ୍ରା ଜମ୍ପ ମାରିବାକୁ କୁହାଯାଇଥିଲା । ଏଥିରେ ମଧ୍ୟ କେହି ୨.୩୭ ମିଟରକୁ ଉପରକୁ ଜମ୍ପ ମାରିପାରି ନ ଥିଲେ । ଅଫିସିଆଲ ଆଉ ଥରେ ଲେଖାଁଏ ଜମ୍ପ କରିବାକୁ ନିଷ୍ପତି ନେଇଥିଲେ । ତେବେ ସେ ସମୟରେ ତାମ୍ବେରୀ ଆଘାତପ୍ରାପ୍ତ ହୋଇଥିଲେ । ସେ ଏଥିରୁ ଓହରି ଯାଇଥିଲେ । ୱାରିଶମ ନିକଟରେ ସ୍ୱର୍ଣ୍ଣିମ ସୁଯୋଗ ରହିଥିଲା । ମାତ୍ର ସେ ଜମ୍ପ ମାରିବା ପୂର୍ବରୁ ଅଫିସିଆଲଙ୍କୁ ପଚାରିଥିଲେ ଯଦି ମୁଁ ଜମ୍ପ ନ ମାରେ ତାହାହେଲେ କଣ ହେବ । ନିୟମାବଳୀ ଦେଖିବା ପରେ ସେମାନେ କହିଥିଲେ ତେବେ ଉଭୟଙ୍କୁ ସ୍ୱର୍ଣ୍ଣ ପଦକ ମିଳିବ । ବାସ୍ ଏହା ପରେ ୱାରିଶମ ଓହରି ଯାଇଥିଲେ । ଉଭୟ ଆଥଲେଟଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିଲା । ତାଙ୍କର ଏହି ପଦକ୍ଷେପକୁ ଏବେ ସାରା ବିଶ୍ୱ ପ୍ରଶଂସା କରୁଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!