Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟସ୍‌ ଜିତିଲା ଆରସିବି, ବ୍ୟାଟିଂ କରିବ ପଞ୍ଜାବ କିଙ୍ଗସ୍

by ସଞ୍ଜୟ ସ୍ୱାଇଁ
April 30, 2021
in NATIONAL NEWS, Sports
ଟସ୍‌ ଜିତିଲା ଆରସିବି, ବ୍ୟାଟିଂ କରିବ ପଞ୍ଜାବ କିଙ୍ଗସ୍
33
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ଚଳିତ ଆଇପିଏଲ୍‌ର ୨୬ତମ ଲିଗ୍‌ ମୁକାବିଲାରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗସ୍‌ ମଧ୍ୟରେ ଖେଳାଯାଉଛି। ରୟାଲ ଚ୍ୟାଲେଞ୍ଜରସ୍‌ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି । ଯାହାଫଳରେ ପ୍ରଥମ ପଞ୍ଜାବ କିଙ୍ଗସ୍‌ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇବ। ପଞ୍ଜାବ କିଙ୍ଗସ୍‌ ଇତିମଧ୍ୟରେ ୬ଟି ମ୍ୟାଚ୍‌ ଖେଳିସାରିଛି । ସେଥିମଧ୍ୟରୁ ଦଳ ୨ଟି ବିଜୟ ଓ ୪ଟିରେ ପରାଜିତ ହେବା ସହ ମୋଟ ୪ପଏଣ୍ଟ ପାଇ ତାଲିକାର ଷଷ୍ଠ ସ୍ଥାନରେ ରହିଛି । ଦଳ ତା’ର ପୂର୍ବ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (୫ ୱିକେଟ୍‌ରେ) ନିକଟରୁ ହାରିଯାଇଥିଲା । ବିରାଟ କୋହଲିଙ୍କ ରୟାଲ୍‌ ଚ୍ୟାଲେଞ୍ଜର୍ସ ଏଥର ଟାଇଟଲ ଦାବିଦାର ଭାବେ ଉଭା ହୋଇଛି । ଦଳ ୬ଟି ମ୍ୟାଚ୍‌ରୁ ୫ଟି ବିଜୟ ଓ ଗୋଟିଏରେ ପରାଜିତ ହୋଇଥିବାବେଳେ ପଏଣ୍ଟ ତାଲିକାରେ ମୋଟ ୧୦ପଏଣ୍ଟ ସହ ଦ୍ୱିତୀୟରେ ରହିଛି । ତେଣୁ ଦଳ ପଞ୍ଜାବକୁ ହରାଇ ଶୀର୍ଷ ସ୍ଥାନକୁ ଫେରିବା ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ପୂର୍ବ ମ୍ୟାଚ୍‌ରେ ଦଳ ଅଳ୍ପକେ ଦିଲ୍ଲୀ କ୍ୟାପିଟାଲ୍ସଠୁ ପରାଜୟରୁ ବର୍ତ୍ତିଯାଇଥିଲା । ଏହି ମ୍ୟାଚ୍‌ରେ ଦଳ ୧ରନ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଥିଲା । ଲୋକେଶ ରାହୁଲଙ୍କ ନେତୃତ୍ୱାଧିନ ପଞ୍ଜାବ କିଙ୍ଗ୍‌ସ ପାଇଁ ବ୍ୟାଟିଂ ବିଭାଗ ମୁଖ୍ୟ ସମସ୍ୟା ପାଲଟିଛି । ଦଳ ପ୍ରଥମେ ବ୍ୟାଟିଂ କରିଥିବା ୩ଟି ମ୍ୟାଚ୍‌ରେ ଯଥାକ୍ରମେ ୧୦୬, ୧୨୦, ୧୨୩ ରନ୍‌ ସଂଗ୍ରହ କରିଥିଲା । ରାହୁଲଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ନିୟମିତ ଭଲ ପ୍ରଦର୍ଶନ ଦେଇ ପାରିନାହାନ୍ତି । ଦୁର୍ଦ୍ଧର୍ଷ କ୍ରିସ୍‌ ଗେଲ୍‌ ୨ଟି ମ୍ୟାଚ୍‌ରେ ସଫଳ ହୋଇଥିବାବେଳେ ଅନ୍ୟ ୪ଟିରେ ନିରାଶ କରିଥିଲେ । ନିକୋଲାସ୍‌ ପୂରନ ଏପର୍ୟ୍ୟନ୍ତ ଦକ୍ଷତା ମୁତାବକ ବ୍ୟାଟିଂ ପ୍ରଦର୍ଶନ କରିପାରିନାହାନ୍ତି । ରୟାଲ୍‌ ଚ୍ୟାଲେଞ୍ଜର୍ସ: ବିରାଟ କୋହଲି (ଅଧିନାୟକ), ଦେବଦତ୍ତ ପାଡିକଲ, ରଜତ ପତିଦର, ଗ୍ଲେନ୍‌ ମ୍ୟାକ୍‌ୱେଲ, ଏବି ଡିଭିଲର୍ସ, ସାହାବାଜ ଅହମଦ, ଡାନିଲ୍‌ ସାମ୍ସ, କେଲି ଜାମିସନ୍‌, ହର୍ଷଲ ପଟେଲ, ମହମ୍ମଦ ସିରାଜ, ଯୁଝବେନ୍ଦ୍ର ଚହଲ । ପଞ୍ଜାବ କିଙ୍ଗ୍‌ସ: ଲୋକେଶ ରାହୁଲ (ଅଧିନାୟକ), ମୟଙ୍କ୍‌ ଅଗ୍ରୱାଲ, କ୍ରିସ୍‌ ଗେଲ୍‌, ଦୀପକ ହୁଡ଼ା, ଦାୱିଦ ମଲାନ, ମୋଏଜସ ହେନରିକ୍ସ, ଶାହରୁଖ ଖାନ, କ୍ରିସ୍‌ ଜୋର୍ଡାନ, ରବି ବିଶ୍ନୋଇ, ମହମ୍ମଦ ସାମି, ଅର୍ଶଦୀପ ସିଂହ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!