ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦରର ରୈାପ୍ୟ ଜୟନ୍ତୀ ଦ୍ୱିତୀୟ ଦିବସର ସମାରୋହରେ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଡ. ଅରୁଣ କୁମାର ସାହୁ ତାଙ୍କ ବକ୍ତବ୍ୟରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ନୟାଗଡ଼ ପାଇଁ ଗର୍ବ ବୋଲି କହିବା ସହ ଏହି ଅନୁଷ୍ଠାନ ଶିକ୍ଷା କ୍ଷେତ୍ରରେ ଏକ ଉଚ୍ଚତ୍ତର ସ୍ତରରେ ପହଂଚିଛି ବୋଲି କହିଥିଲେ । ଅନୁଷ୍ଠାନ ପାଇଁ ଯାହା ସହଯୋଗ ଦରକାର ତାହା କେବଳ ଗୁଣ୍ଡୁଚି ମୂଷା ଭାବରେ କରି ଆସୁଛି ବୋଲି କହିଥିଲେ । ପ୍ରତ୍ୟେକ ଏକ ସୁସ୍ଥ ସମାଜ ଗଠନ ଦିଗରେ ଅଗ୍ରସର ହେବା ପାଇଁ ପିତାମାତଙ୍କର ଚେଷ୍ଟା ରହିଲେ ଛାତ୍ରଛାତ୍ରୀମାନେ ଭଲ ମଣିଷ ହୋଇପାରିବେ ବୋଲି କହିଥିଲେ । ସବୁଠାରୁ ଲୋକପ୍ରିୟ ରାଜ୍ୟପାଳ ଏବଂ ସମସ୍ତ ଶିକ୍ଷାନୁଷ୍ଠାନକୁ ଭଲପାଇବା ଏବଂ ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗଦେବା ଆମ ରାଜ୍ୟପାଳ ସାରା ଭାରତ ବର୍ଷରେ ରେକର୍ଡ଼ ସୃଷ୍ଟି କରିଛନ୍ତି । ଏହା ଶିକ୍ଷା ସମାଜ ପ୍ରତି ଏକ ଦୃଷ୍ଟାନ୍ତ ।






