ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଆଜି ସ୍ପେଶାଲ୍ ସ୍ୱାର୍ଡ଼ ନୂଆଗାଁ ଓ ଦଶପଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ନୂଆଗାଁ ଓ ଦଶପଲ୍ଲା ବ୍ଲକର ଗଞ୍ଜାମ ସୀମାନ୍ତଙ୍କୁ ସିଲ କରିଛନ୍ତି । ନୂଆଗାଁ ବ୍ଲକ ମହୀପୁରଠାରେ କିଛି ଦୋକାନୀଙ୍କୁ କୋଭିଡ୍ ନିୟମ ଉଲଂଘନ କରିବା ନେଇ ଜୋରିମାନା କରାଯାଇଥିବା ବେଳେ ନୂଆଗାଁଠାରେ ଥିବା ମାମା ଢାବାକୁ ୫ ହଜାର ଟଙ୍କା ଜୋରିମାନା କରାଯାଇଛି । ଏଥିସହିତ ଦଶପଲ୍ଲା ବ୍ଲକରେ ବିଭିନ୍ନ ସ୍ଥାନରୁ ଜୋରିମାନା ଆଦାୟ କରାଯାଇଥିବା ଜଣାଯାଇଛି । ଆଜି ମୋଟ ୧୦ ହଜାରରୁ ଉର୍ଦ୍ଧ୍ୱ ଜୋରିମାନା ଆଦାୟ କରାଯାଇଥିବା ଜଣାଯାଇଛି । ଏସ୍ଆଇ ଧର୍ମେନ୍ଦ୍ର ଶିଆଳ ଏବଂ ତାଙ୍କ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଥିଲେ ।




