ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ତହସିଲ୍ଦାର ଭିକାରୀ ସାହୁ ଏବଂ ସ୍ପେଶାଲ୍ ସ୍ୱାର୍ଡ଼ ଟିମ୍ ଆଜି ଗ୍ରାମାଞ୍ଚଳରେ ଚଢ଼ାଉ କରି ବିଭିନ୍ନ ସ୍ଥାନରୁ ଜୋରିମାନା ଆଦାୟ କରିବା ସହ ଦୁଇଟି ଦୋକାନକୁ ସିଲ୍ କରିଥିବା ଜଣାଯାଇଛି । ଲାଠିପଡ଼ା, କେନ୍ଦୁଠିପି, ଦର୍ପନାରାୟଣପୁର, ଗୋଡ଼ିପଡ଼ା ପ୍ରଭୃତି ଅଂଚଳରେ ଚଢ଼ାଉ କରାଯାଇ ସଟ୍ଡାଉନ୍ ସମୟରେ ନିୟମ ଭାଙ୍ଗି ଦୋକାନ ଖୋଲିଥିବା ଅନେକ ବ୍ୟବସାୟୀଙ୍କୁ ଜୋରିମାନା କରାଯାଇଛି । ଅନ୍ୟପକ୍ଷେ, କାଳିପ୍ରସାଦ ଗ୍ରାମର ଦୁଇ ବ୍ୟବସାୟୀ ନିୟମ ଉଲଂଘନ କରିବା ସହ ଜୋରିମାନା ନଦେଇ ପାରିବାରୁ ସେମାନଙ୍କ ଦୋକାନକୁ ସିଲ୍ କରାଯାଇଥିବା ନେଇ ସ୍ପେଶାଲ୍ ସ୍ୱାର୍ଡ଼ ଏସ୍ଆଇ ଧର୍ମେନ୍ଦ୍ର ଶିଆଳ ସୂଚନା ଦେଇଛନ୍ତି ।





