Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଷ୍ଟ୍ରପତି ହେଲେ ୨୪ ଘଣ୍ଟାରେ ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିଦେବି : ଟ୍ରମ୍ପ

by ସଞ୍ଜୟ ସ୍ୱାଇଁ
September 11, 2024
in NATIONAL NEWS, WORLD
ରାଷ୍ଟ୍ରପତି ହେଲେ ୨୪ ଘଣ୍ଟାରେ ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିଦେବି : ଟ୍ରମ୍ପ
71
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ଆମେରିକା ନିର୍ବାଚନ ଆଉ ମାତ୍ର ୮ ସପ୍ତାହ ବାକି ଥିବା ବେଳେ ଏହା ପୂର୍ବରୁ ପରମ୍ପରା ଅନୁଯାୟୀ ଉଭୟ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ମହାବିତର୍କ । ଫିଲାଡେଲଫିଆର ନ୍ୟାସନାଲ କନଷ୍ଟିଚ୍ୟୁସେନ ସେଣ୍ଟରରେ ଦୁଇ ପ୍ରାର୍ଥୀ କମଳା ହାରିସ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଦ୍ୟରେ ଚାଲିଛି ଘମାଘୋଟ ବାକ୍‌ ଯୁଦ୍ଧ । ଏହି ବିତର୍କ ବେଳେ ଟ୍ରମ୍ପ ରୁଷ- ୟୁକ୍ରେନ୍‌ ଯୁଦ୍ଧକୁ ନେଇ ଦେଇଛନ୍ତି ବଡ଼ ବୟାନ । ଟ୍ରମ୍ପ କହିଛନ୍ତି, ଯଦି ସେ ଏଥର ରାଷ୍ଟ୍ରପତି ହୁଅନ୍ତି, ତେବେ ୨୪ ଘଣ୍ଟା ଭିତରେ ଏହି ଯୁଦ୍ଧର ପରିସମାପ୍ତି ଘଟିବ । ୟୁକ୍ରେନ ଆଜି ଏକ ସ୍ୱତନ୍ତ୍ର ଦେଶ ଭାବେ ମୁଣ୍ଡ ଟେକିଥିବା ବେଳେ ଏହା ପଛରେ ଆମେରିକା ହାତ ଥିବା କହିଛନ୍ତି ଟ୍ରମ୍ପ । ମାତ୍ର ଟ୍ରମ୍ପଙ୍କ ଏହି ଟିପ୍ପଣୀ ଉପରେ ଆଟାକ୍‌ କରିଛନ୍ତି କମଳା ହାରିସ । ସେ କହିଛନ୍ତି, ଟ୍ରମ୍ପଙ୍କ ବିଦେଶ ନୀତି ସବୁଠୁ ଦୁର୍ବଳ , ଏହା ସମସ୍ତଙ୍କୁ ଜଣା। ଉଭୟ ଟ୍ରମ୍ପ ଓ ହାରିସଙ୍କ ମଧ୍ୟରେ ଇସରାଏଲ ଓ ହମାସ ଯୁଦ୍ଧଙ୍କୁ ନେଇ ମଧ୍ୟ ସାମନାସାମନି ବିତର୍କ ହୋଇଛି। ବାଇଡେନ ଇସ୍ରାଏଲକୁ ଅଣଦେଖା କରିଥିବା ଦୋଷାରୋପ କଲେ ଟ୍ରମ୍ପ । ମାତ୍ର ଏଥିରେ ନାରାଜ ହୋଇଥିବା ହାରିସ କହିଲେ, ବାଇଡେନ ସରକାର ଆରମ୍ଭରୁ ହିଁ ଇସ୍ରାଏଲ ସହ ଛିଡ଼ା ହୋଇଛନ୍ତି। ଆଗକୁ ବି ଏହି ସମର୍ଥନ ଜାରି ରହିବ । ଧ୍ୱସ୍ତବିଧ୍ୱସ୍ତ ହୋଇ ଯାଇଥିବା ଗାଜାର ପୁଣି ଥରେ ପୁନଃ ନିର୍ମାଣ ହେବ ବୋଲି କହିଛନ୍ତି ହାରିସ । ଏହାପରେ ଟ୍ରମ୍ପ କହିଛନ୍ତି, ଏଥର ମୁଁ ରାଷ୍ଟ୍ରପତି ହେଲେ ରୁଷ ଏବେ ଦେଖାଉଥିବା ମାମଲାତି ଆଉ ଦେଖାଇ ପାରିବନି। କମଳା ଇସ୍ରାଏଲକୁ ଘୃଣା କରୁଥିବା ବେଳେ ସେ ରାଷ୍ଟ୍ରପତି ହେଲେ ଉକ୍ତ ଦେଶ ନିଜ ଅସ୍ତିତ୍ୱ ହରାଇ ବସିବ ବୋଲି କହିଛନ୍ତି ଟ୍ରମ୍ପ । ମାତ୍ର ଏହାକୁ ଅସ୍ୱୀକାର କରିବା ସହ ହାରିସ କହିଛନ୍ତି, ମୁଁ ମୋ ଜୀବନ କାଳ ଭିତରେ ସବୁବେଳେ ଇସ୍ରାଏଲ ସହ ଛିଡ଼ା ହୋଇଛି। ଆଗକୁ ବି ଏହାକୁ ବଳବତ୍ତର ରଖିବି ବୋଲି ସେ କହିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!