ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ପରୀ ହତ୍ୟା ମାମଲାରେ ନୟାଗଡ଼ ଜିଲ୍ଲା ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଥିବା ବେଳେ ନୟାଗଡ଼ ଜିଲ୍ଲା ଏସ୍ପି ପ୍ରତ୍ୟୁଷ ଦିୱାକରଙ୍କୁ କିଛିଦିନ ତଳେ ରାଜ୍ୟ ସରକାର ବଦଳି କରିଛନ୍ତି । ତାଙ୍କ ସ୍ଥାନରେ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବେ ଆଜି ଭାରତୀୟ ପୁଲିସ ସେବା ୨୦୧୭ ବ୍ୟାଚ ସିଦ୍ଧାର୍ଥ କଟାରିଆ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ସେ ତାଳଚେର ଏସଡିପିଓ ଭାବେ କାର୍ଯ୍ୟ କରୁଥିବା ଜଣାଯାଇଛି ।





