ଭୋପାଲ, (ବାଘୁଆବାର୍ତ୍ତା): ପୁଲିସ୍ ବିଭାଗରେ ଘଟିଛି ବଡ଼ ଧରଣର ଅଘଟଣ । ୩ଜଣ କନେଷ୍ଟବଳ ରାଜରାସ୍ତାରେ ଏସପିଙ୍କୁ ମାଡ଼ ମାରିଛନ୍ତି । କନେଷ୍ଟବଳଙ୍କ ମାଡ଼ରୁ ବ୬ର୍ତ୍ତିବା ପାଇଁ ଏସପି ୧୦୦ ନମ୍ବରକୁ ଫୋନ କରି ସାହାର୍ଯ୍ୟା ମାଗିଥିଲେ । ଏଭଳି ଅଭାବନୀୟ ଅଟଣା ଦେଖିବାକୁ ମିଳିଛି ଭୋପାଳ ସହରରେ । ସୂଚନାନୁସାରେ, ଭୋପାଲ ଏସପି ବିଏମ ଶକୟା ଘରକୁ ଯାଉଥିବା ବେଳେ ଭୋପାଲର ଡେପୋଟ ଛକରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏସପି ଶକୟା ୟୁନିଫର୍ମ ପିନ୍ଧିନଥିବା ବେଳେ ସେ ତାଙ୍କର ସରକାରୀ ଗାଡ଼ି ଚଳାଇ ଯାଉଥିଲେ । ଘରକୁ ଯାଉଥିବା ବେଳେ ରାସ୍ତାରେ ଥୁଆ ହୋଇଥିବା ପଥର ହଟାଇବାକୁ ଚେଷ୍ଟା କରିଥିଲେ । ଉକ୍ତ ସମୟରେ ୩ଜଣ ବ୍ୟକ୍ତି ଆସି ଗାଳି ଗୁଲଜ କରିଥିଲେ । ଗାଳି ଗୁଲଜ କରୁଥିବାରୁ ଏସପି ପରିଚୟ ଦେଇଥିଲେ । ଏହା ଶୁଣିବା ପରେ ଏସପିଙ୍କ ସହିତ ଯୁକ୍ତିତର୍କ କରିଥିଲେ । ଯୁକ୍ତିତର୍କ ଉଗ୍ର ରୁପ ନେବାରୁ ଉତ୍ୟକ୍ତ ଥିବା ୩ଜଣ ଯୁବକ ଏସପି ଶକୟାଙ୍କୁ ମାଡ଼ ମାରିଥିଲେ । ସେମାନଙ୍କ ଠାରୁ ବର୍ତ୍ତିବା ପାଇଁ ଏସପି ୧୦୦ ନମ୍ବରକୁ ଫୋନ କରିଥିଲେ । ଘଟଣାସ୍ଥଳରେ ପୁଲିସ୍ ପହଞ୍ôଚଲା ବେଳକୁ ୩ଜଣ ଯାଙ୍କ ଫେରାର ହୋଇଯାଇଥିଲେ ମଧ୍ୟ ଏସପ ତାଙ୍କ କାର ନମ୍ବର ନୋଟ କରିଥଲେ । ଉକ୍ତ କାର ନମ୍ବରକୁ ନେଇ ତଦନ୍ତ କଲା ପରେ ସେମାନେ ୨୫ତମ ବାଟାଲିୟମର କନେଷ୍ଟବଲ ଭାବେ କାମ କରୁଥିବା ଜଣାପଡିଛି । ଅନୀଲ ଜାଠ, ଅଭଦେଶ ଜାଠ ଓ ବିନୋଦ ଜାଠଙ୍କ ନାମରେ ନେହରୁ ନଗର ଥାନାରେ ମାମଲା ରୁଜୁ କରାଯାଇଛି ।





