Friday, November 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଣ୍ଠଶିଳ୍ପୀ ସୌରିନ୍‌ ନାଁରେ ୨ ଶହ ପୃଷ୍ଠାର ଚାର୍ଜସିଟ୍‌, ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଦୁଷ୍କର୍ମ ମାମଲା

by ସଞ୍ଜୟ ସ୍ୱାଇଁ
November 9, 2024
in Crime, State
କଣ୍ଠଶିଳ୍ପୀ ସୌରିନ୍‌ ନାଁରେ ୨ ଶହ ପୃଷ୍ଠାର ଚାର୍ଜସିଟ୍‌, ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଦୁଷ୍କର୍ମ ମାମଲା
138
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାରେ କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟ ନାଁରେ କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟ ଚାର୍ଜସିଟ୍‌ ଦାଖଲ ହୋଇଛି । ଗତ ସପ୍ତାହରେ ମହିଳା ଥାନା ପକ୍ଷରୁ ଏହି ଚାର୍ଜସିଟ୍‌ ଦିଆଯାଇଛି । ବାରମ୍ବାର ଦୁଷ୍କର୍ମ ଓ ଠକେଇ ଭଳି ଧାରାରେ ଏହି ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି । ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ହେବ ଫେରାର୍‌ ଥିବା ସୌରିନ୍‌କୁ ଗିରଫ କରି ହାଜର କରାଇବା ପାଇଁ କୋର୍ଟଙ୍କ ପକ୍ଷରୁ ଏନ୍‌ବିଡବ୍ଲୁ ଜାରି ହୋଇଛି । କୋଲକାତାର ବାଲିଗୁଙ୍ଗ୍‌ ଥାନାକୁ ଏନେଇ କୋର୍ଟ ନୋଟିସ୍‌ ପଠାଇଛନ୍ତି । ସୌରିନ୍‌ ନାଁରେ କଟକର ଜଣେ ଯୁବତୀ ଗତ ୨୦୨୩ ଜୁନ୍‌ ୧୧ରେ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ସୌରିନ୍‌ ଫେରାର୍‌ ହୋଇଗଲେ। ପରେ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ଆଣି ଅଗଷ୍ଟ ୭ରେ ମହିଳା ଥାନାରେ ହାଜର ହୋଇଥିଲେ । ଅଗଷ୍ଟ ୩୦ରେ ହାଇକୋର୍ଟ ତାଙ୍କର ଅନ୍ତରୀଣ ଜାମିନ ଖାରଜ କରିଦେଲେ । ଜାମିନ ଖାରଜ ପରେ ସୌରିନ୍‌ ପୂରା ଗାଏବ ହୋଇଗଲା । କାଳେ ସୌରିନ୍‌ ଦେଶଛାଡ଼ି ପଳାଇବ ସେଥିପାଇଁ ରାଜ୍ୟ କ୍ରାଇମବ୍ରାଞ୍ଚ୍‌ ୨୦୨୩ ସେପ୍ଟେମ୍ବର ୧୧ରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କଲା । ମାତ୍ର ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି ପରେ ବି ସୌରିନ୍‌ ଥାନାରେ ହାଜିରା ଦେଲାନି । ଏଭଳି ସ୍ଥିତିରେ ମାମଲା ରୁଜୁ ହେବାର ୬ ମାସ ପରେ ଅର୍ଥାତ୍‌ ଗତ ନଭେମ୍ବର ମାସରେ ମହିଳା ଥାନା ପକ୍ଷରୁ ସୌରିନ୍‌ ନାଁରେ ଏନ୍‌ବିଡବ୍ଲୁ ବା ଜାମିନ ବିହୀନ ପରୱାନା ଜାରି ପାଇଁ ନିବେଦନ କରାଗଲା । କୋର୍ଟ ଏହାକୁ ଗ୍ରହଣ କରି ଏନ୍‌ବିଡବ୍ଲୁ ମଧ୍ୟ ଜାରି କରିଦେଲେ । ସୌରିନ୍‌ର ଘର କୋଲକତା ସହରର ବାଲିଗୁଙ୍ଗ୍‌ ଥାନା ଅଞ୍ଚଳରେ ହୋଇଥିବାରୁ ସେହି ଥାନାକୁ ଏସ୍‌ଡିଜେଏମ୍‌ ସଦର ଏନ୍‌ବିଡବ୍ଲୁ ପଠାଇଛନ୍ତି । ତାହାକୁ ଏଯାବତ ବାଲିଗୁଙ୍ଗ୍‌ ଥାନା କାର୍ଯ୍ୟକାରୀ କରିନି । ଏହା ମଧ୍ୟରେ ମାମଲାରେ ଆବଶ୍ୟକୀୟ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିଲା । ସେହିପରି ମେଡ଼ିକାଲ୍‌ ରିପୋର୍ଟ ଓ ଅନ୍ୟାନ୍ୟ ଫରେନ୍‌ସିକ୍‌ ରିପୋର୍ଟ ମଧ୍ୟ ପୁଲିସର ହସ୍ତଗତ ହୋଇସାରିଛି । ମାତ୍ର ସୌରିନ୍‌ର ଗିରଫଦାରୀ ହୋଇନି । ମାମଲାରେ ଆବଶ୍ୟକତାଠାରୁ ସମୟ ଗଡ଼ିଯାଇଥିବାରୁ ମହିଳା ଥାନା ପୁଲିସ ସୌରିନ୍‌କୁ ଫେରାର୍‌ ଦର୍ଶାଇ ଗତ ସପ୍ତାହରେ କୋର୍ଟରେ ପୂର୍ଣ୍ଣାଙ୍ଗ ଚାର୍ଜସିଟ୍‌ ଦାଖଲ କରିଛି । ପ୍ରାୟ ୨ଶହ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟ୍‌ରେ ୧୩ ଜଣ ସାକ୍ଷୀ ଅଛନ୍ତି । ଏହାକୁ ବାଦ୍‌ଦେଲେ ତଦନ୍ତକାରୀ ଅଧିକାରୀ, ମେଡିକାଲ୍‌ ଅଫିସର ଓ ଟିମ୍‌, ପୁଲିସର ଅନ୍ୟ କର୍ମଚାରୀ ଏଥିରେ ସାକ୍ଷୀ ରହିଛନ୍ତି । ମୋଟ୍‌ ୨୯ ଜଣଙ୍କ ନାଁ ସାକ୍ଷୀ ତାଲିକାରେ ଅଛି । ଏଥିରେ କେବଳ ସୌରିନ୍‌କୁ ଅଭିଯୁକ୍ତ ଦର୍ଶାଯାଇଛି । ଖୁବ୍‌ଶୀଘ୍ର ମାମଲାରେ ବିଚାର ଆରମ୍ଭ ହେବ ବୋଲି ପୁଲିସ କହିଛି । ଦୁଷ୍କର୍ମ ମାମଲାକୁ ତ୍ୱରିତ ଭାବେ ବିଚାର କରାଯାଉଥିବାରୁ ମାମଲା ଖୁବ୍‌ଶୀଘ୍ର ରାୟ ଆସିବ ବୋଲି କଟକ ପୁଲିସ ଆଶା ବାନ୍ଧିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!