Wednesday, September 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଲିସ ମୁଣ୍ଡରେ ପଡିଛି ଚଡ଼କ, ସୌମ୍ୟରଞ୍ଜନଙ୍କୁ ବାହା ହେବାକୁ ଚାହୁଁ ନଥିଲେ ବିଦ୍ୟାଭାରତୀ

by ସଞ୍ଜୟ ସ୍ୱାଇଁ
July 24, 2021
in Crime, State
ପୁଲିସ ମୁଣ୍ଡରେ ପଡିଛି ଚଡ଼କ, ସୌମ୍ୟରଞ୍ଜନଙ୍କୁ ବାହା ହେବାକୁ ଚାହୁଁ ନଥିଲେ ବିଦ୍ୟାଭାରତୀ
401
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ଦିନ ଗଡ଼ିବା ସହ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ରହସ୍ୟ ବଢ଼ିଛି । ଏହାରି ଭିତରେ ଏକ ବିସ୍ଫୋରକ ତଥ୍ୟ ପଦାକୁ ଆସିଛି । ତଦନ୍ତ ସମୟରେ କ୍ରାଇମ୍‌ବ୍ରାଞ୍ଚ ଜାଣିବାକୁ ପାଇଛି ସୌମ୍ୟରଞ୍ଜନଙ୍କୁ ବାହା ହେବାକୁ ଚାହୁଁ ନଥିଲେ ବିଦ୍ୟାଭାରତୀ । ଅନିଚ୍ଛା ସତ୍ତେ୍ୱ ଏହି ବାହାଘର ହୋଇଛି । ସେ ବାହା ହେବେ ନାହିଁ ବୋଲି ସୌମ୍ୟରଞ୍ଜନଙ୍କୁ ଫୋନ୍‌ କରି ଜଣାଇଥିଲେ । ତେବେ ବିଦ୍ୟାଭାରତୀଙ୍କ ଏହି କଥା ଶୁଣିବା ପରେ ପୁଲିସ୍‌ ମୁଣ୍ଡରେ ଚଡ଼କ ପଡ଼ିଛି । ବିଦ୍ୟାଭାରତୀ କ୍ରାଇମ୍‌ବ୍ରାଞ୍ଚକୁ କହିଛନ୍ତି, ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ରରେ ପ୍ରଶିକ୍ଷଣ ସମୟରେ ବାହାଘର ପ୍ରସ୍ତାବ ଆସିଥିଲା । ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ସହ ତାଙ୍କ ବାହାଘର ପ୍ରସ୍ତାବ କଥା ଶୁଣି ପରିବାର ଓ ବନ୍ଧୁବାନ୍ଧବ ଖୁସି ହୋଇଯାଇଥିଲେ । ହେଲେ ବିଦ୍ୟାଭାରତୀ ଖୁସି ନଥିଲେ । ଏ ନେଇ ସେ ସୌମ୍ୟରଞ୍ଜନଙ୍କୁ ଫୋନ୍‌ କରି କହିଥିଲେ, ବାହାଘରରେ ସେ ଖୁସି ନାହାନ୍ତି ବୋଲି । ତମେ ବାହାଘର ପ୍ରସ୍ତାବ ଭାଙ୍ଗି ଦିଅ ବୋଲି କହିଥିଲେ । ବିଦ୍ୟାଭାରତୀ ତାଙ୍କୁ କହିଥିଲେ ପାଠ ପଢ଼ି ଚାକିରି କରିବି ତା’ ପରେ ବାହାଘର ବିଷୟରେ ଚିନ୍ତା କରିବି । ସବୁ କଥା ଶୁଣି ମଧ୍ୟ ବାହାଘର ଭାଙ୍ଗି ନଥିଲେ ସୌମ୍ୟ । ବାହାଘର ପରେ ଏ ସବୁ କଥାକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ଥିଲା । ଘଟଣାର ୧୧ ଦିନ ପରେ, ଶୁକ୍ରବାର ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ତାଙ୍କ କାର୍ୟ୍ୟାଳୟରେ ତଦନ୍ତକାରୀ ଟିମ୍‌ ୩ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚୁରା କରିଥିଲା । ଜେରା ନେଇ ଡିଏଫ୍‌ଓ କୌଣସି ପ୍ରତିକ୍ରିୟା ଦେଇନଥିଲେ । ହେଲେ ଶ୍ରୀ ବେହେରା ପୁଲିସ୍‌କୁ କହିଥିଲେ, ବିଦ୍ୟାଭାରତୀଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିଲା । ଘଟଣା ଦିନ ହିଁ ସେ ବିଦ୍ୟାଭାରତୀଙ୍କୁ ଦେଖିଲେ । ଅନ୍ୟ ପକ୍ଷରେ ଗୁରୁତର ଅବସ୍ଥାରେ ସୌମ୍ୟରଞ୍ଜନଙ୍କୁ କଟକ ସ୍ଥାନାନ୍ତର ବେଳେ ଫରେଷ୍ଟ ଗେଟ୍‌ ଛକରେ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉକ୍ତ ୧୦୮ ଆମ୍ବୁଲାନ୍‌ସ ଗୁରାଣ୍ଡି ଥାନାଧିକାରୀ ଅଟକାଇଥିବା ଅଭିଯୋଗ ହୋଇଥିଲା । ଗୁରାଣ୍ଡି ଥାନାଧିକାରୀ ମମତା ପଣ୍ଡାଙ୍କୁ ମଧ୍ୟ ତଦନ୍ତକାରୀ ଟିମ୍‌ ପଚରାଉଚୁରା କରିଥିଲେ । ଗୁରୁବାର ରାତିରେ ଆମ୍ବୁଲାନ୍ସ ଡ୍ରାଇଭର୍‌ ଦୟାନିଧି ଶବରଙ୍କୁ ମଧ୍ୟ ଜେରା କରିଥିଲା ପୁଲିସ୍‌ । ଫରେଷ୍ଟ ଗେଟ୍‌ ଛକରେ ୧୫ ମିନିଟ ଅଟକିଥିବା ସ୍ୱୀକାର କରିଛନ୍ତି ଆମ୍ବୁଲାନ୍‌ସ ଡ୍ରାଇଭର୍‌ । ଜଣେ ମହିଳା ପୁଲିସ ଅଧିକାରୀ ଅଟକିବା ପାଇଁ କହିଥିଲେ ବୋଲି ଡ୍ରାଇଭର୍‌ କହିଛନ୍ତି । ଏସ୍‌ପି କହିଛନ୍ତି, ଡିଏଫ୍‌ଓ ସଂଗ୍ରାମକେଶରୀ ବେହେରାଙ୍କୁ ଆମେ ତଦନ୍ତ ପରିସରଭୁକ୍ତ କରିଥିଲୁ । ଏହି ସମୟରେ ଜଣାପଡିଥିଲା, ଡିଏଫ୍‌ଓଙ୍କ ବିଦ୍ୟାଭାରତୀଙ୍କ ସହ କୌଣସି ସମ୍ପର୍କ ନାହିଁ । ଜେରା କରିବା ପୂର୍ବରୁ ସହ ସିଡିଆର ଯାଞ୍ଚ କରାଯାଇଥିଲା । ସେଥିରୁ ଡିଏଫ୍‌ଓଙ୍କ କୌଣସି ସମ୍ପୃକ୍ତି ବିଦ୍ୟାଭାରତୀଙ୍କ ସହ ନଥିଲା ବୋଲି ଜଣାଯାଇଛି । ଏପରିକି ତାଙ୍କ ରୋଷେୟା ମନ୍ମଥ କୁମ୍ଭଙ୍କ ସହ ମଧ୍ୟ କୌଣସି ପ୍ରକାର ସମ୍ପୃକ୍ତି ନାହିଁ । ସେ ଆହୁରି କହିଛନ୍ତି ଯେ ଫରେଷ୍ଟ ଗେଟ୍‌ ପାଖରେ ଆମ୍ବୁଲାନ୍ସ ୧୫ ମିନିଟ୍‌ କାଳ ଅଟକି ଥିଲା । ସ୍ତ୍ରୀ ବିଦ୍ୟା ଭାରତୀ ଖାଲିରେ ମେଡିକାଲ ଯାଇଥିଲେ, କୌଣସି ଜିନିଷ ନେଇ ନଥିଲେ । ଏଣୁ ପରେ ଆବଶ୍ୟକ ଜିନିଷ ନେବା ପାଇଁ ଘରକୁ ଯାଇଥିଲେ । ଘରୁ ଜିନିଷ ନେଇ ଆସିବାରେ ଯେଉଁ ସମୟ ଲାଗିଥିଲା ସେତିକି ସମୟ ଆମ୍ବୁଲାନ୍ସ ଅଟକିଥିଲା । ଯେହେତୁ ଜଣେ ମହିଳା ଏକୁଟିଆ ଥିଲେ, ତେଣୁ ଫାର୍ମାସିଷ୍ଟ ବା ଆଉ ଜଣେ ମହିଳା ଯିବା ସ୍ଥିର କରିବାରେ ବିଳମ୍ବ ଘଟିଲା । ମୃତ୍ୟୁ ନେଇ ଅଧିକ ତଦନ୍ତର ଆବଶ୍ୟକତା ରହିଛି ବୋଲି ଗଜପତି ଏସ୍‌ପି ସ୍ପଷ୍ଟ କରିଛନ୍ତି । ସବୁ ଦିଗରୁ ତଦନ୍ତ ପରେ ପୁଲିସ୍‌ ଏକ ପ୍ରକାର ଜାଣିବାକୁ ପାଇଛି ସୌମ୍ୟରଞ୍ଜନ ଆତ୍ମହତ୍ୟା କରିଥାଇପାରନ୍ତି । ସେ କ’ଣ ପାଇଁ ଆତ୍ମହତ୍ୟା କଲେ, ସେ ଦିଗରେ ଖୋଳତାଡ଼ ଚାଲିଛି । ବିଦ୍ୟାଭାରତୀଙ୍କ ସହ ବଲାଙ୍ଗୀର ଯାଇଥିବା ଗାଡି ଡ୍ରାଇଭର ପ୍ରମୋଦ ପାତ୍ର ପରାଉଚରା ବେଳେ କହିଛନ୍ତି ଦୁଇ ଥର ବଲାଙ୍ଗୀର ଯାଇଥିଲେ । ଏପ୍ରିଲ୍‌ ୩ରେ ଉଭୟ ବିଦ୍ୟାଭାରତୀ ଓ ସୌମ୍ୟରଞ୍ଜନ ମିଶି ଯାଇଥିଲେ । ବିଦ୍ୟା ବଲାଙ୍ଗୀରରେ ହିଁ ରହି ଯାଇଥିଲେ ଓ ସୌମ୍ୟ ସେହି କାର୍‌ରେ ହିଁ ପାରଳାଖେମୁଣ୍ଡି ଫେରି ଆସିଥିଲେ । ପୁଣି ଏପ୍ରିଲ୍‌ ୧୩ରେ ସୌମ୍ୟରଞ୍ଜନଙ୍କ ସହ ଡ୍ରାଇଭର୍‌ କାର୍‌ ନେଇ ବଲାଙ୍ଗୀର ଯାଇଥିଲେ । ସେଠାରୁ ସୌମ୍ୟଙ୍କ ସହ ତାଙ୍କ ଶାଶୂ, ଶ୍ୱଶୁର, ବିଦ୍ୟା ଭାରତୀ ଅନ୍ୟତ୍ର କୁଆଡେ ଯାଇଥିଲେ ଓ ମୁଁ ଖାଲି ଗାଡି ଧରି ପାରଳା ଫେରି ଆସିଥିଲି ବୋଲି ସ୍ୱୀକାର କରିଛନ୍ତି ଡ୍ରାଇଭର୍‌ । ଉକ୍ତ କାର୍‌ର ଭଡା ବାବଦ ଉଲ୍ଲେଖ ରହିଥିବା ଡାଏରୀକୁ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି ପୁଲିସ୍‌ । ଶୁକ୍ରବାର ଆଉ ୪ଟି ହାତଲେଖା ପତ୍ର ଗଣମାଧ୍ୟମରେ ପ୍ରସାରିତ ହୋଇଛି । ଧଳା କାଗଜରେ ନୀଳ କାଳିରେ ଲେଖା ହୋଇଛି ଏହି ୪ଟି ପତ୍ର । ଏହି ୪ଟିରେ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଦସ୍ତଖତ ଏବଂ ତାରିଖ ଲେଖା ହୋଇଛି । ତେଣୁ ମୃତ ଏସିଏଫ ସୌମ୍ୟଙ୍କର ପତ୍ର ବୋଲି କୁହାଯାଉଛି । ୨୦୨୧ ଫେବ୍ରୁଆରୀ ୨୨ ତାରିଖ ଉଲ୍ଲେଖ ଥିବା ଚିଠିରେ ‘ଯାହା ତୁମେ ଚାହୁଁଛ, ମୁଁ ସେଥିପାଇଁ ଆୟୋଜନ କରିଦେବିଟ୍ଟ ମୁଁ ନିଶ୍ଚୟ ତାହା ପୂରଣ କରିବି’ ବୋଲି ଲେଖା ହୋଇଛି । ଫେବ୍ରୁଆରୀ ୨୩ ତାରିଖ ଉଲ୍ଲେଖ ଥିବା ଚିଠିରେ ଲେଖାହୋଇଛି- ମୁଁ ତୁମ ଶିକ୍ଷାଗତ ଯୋଗ୍ୟତା ଚାହୁଁନିଟ୍ଟ ମୁଁ ଏ ସମ୍ପର୍କରେ କିଛି କହିବାକୁ ମଧ୍ୟ ଚାହିଁନାହିଁଟ୍ଟ ମୁଁ କେବଳ ତୁମକୁ ପତ୍ନୀ ଏବଂ ଭଲ ସାଙ୍ଗ ଭାବେ ଚାହେଁ । ଅନ୍ୟ ଦୁଇ ଚିଠିରେ କାହାର ଦସ୍ତଖତ ନଥିବା ବେଳେ ତାରିଖ ମଧ୍ୟ ପଡ଼ିନାହିଁ । ସେଥିମଧ୍ୟରୁ ଗୋଟିଏ ଚିଠିରେ ‘ମୁଁ ଚାକିରିରୁ ଇସ୍ତଫା ଦେଇଦେବିଟ୍ଟ ମୁଁ ତୁମ ଚାକର ହୋଇ ରହିବିଟ୍ଟ କିନ୍ତୁ ମୁଁ ତୁମ ପାଦ ତଳେ ଟିକିଏ ଜାଗା ଚାହୁଁଛି’ ବୋଲି ଲେଖା ରହିଛି । ଅନ୍ୟ ଚିଠିରେ ‘ଏହାପରେ ଯଦି ଆଉ କିଛି ବି ହୁଏ, ଛୋଟ ଜିନିଷ ବି ହୁଏ, ମୁଁ କୌଣସି ସମ୍ପୃକ୍ତି ହେବି ନାହିଁ, ମୁଁ କିଛି କହିବି ନାହିଁ କି ଜବାବ ଦେବାକୁ ଚାହିଁବି ନାହିଁଟ୍ଟ ଶେଷରେ ସେ ଯାହା ଚାହିଁବ ତାହା ମୁକ୍ତ ଭାବେ କରିପାରିବଟ୍ଟ ଯଦି ସେତେବେଳେ ମୁଁ କିଛି ବି କହିକି ବ୍ୟାଘାତ ସୃଷ୍ଟି କରିବି ସେ ମୋ ବିରୋଧରେ ଘରୋଇ ହିଂସାର ମାମଲା ମଧ୍ୟ କରିପାରିବ’ ବୋଲି ଲେଖା ହୋଇଛି । ଯଦି ଏହି ଚିଠି ସୌମ୍ୟ ଲେଖିଥିଲେ ତାହାହେଲେ କାହିଁକି ଲେଖିଥିଲେ । ସେ ବିଦ୍ୟାଭାରତୀଙ୍କ ଏମିତି କେଉଁ କଥାରେ ବ୍ୟାଘାତ ସୃଷ୍ଟି କରୁଥିଲେ ଯାହା ତାଙ୍କୁ ପସନ୍ଦ ଆସୁନଥିଲା ଯେଉଁଥିପାଇଁ ତାଙ୍କୁ ମନାଇବା ପାଇଁ ସୌମ୍ୟଙ୍କୁ ଏମିତି ଲେଖିବାକୁ ପଡିଥିଲା ତାହା ତଦନ୍ତସାପେକ୍ଷ ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!