Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦଳୀୟ ଉପସଭାପତି ପଦରୁ ହଟିଲେ ସୌମ୍ୟ

by ସଞ୍ଜୟ ସ୍ୱାଇଁ
September 12, 2023
in Nayagarh, Politics, State
ଦଳୀୟ ଉପସଭାପତି ପଦରୁ ହଟିଲେ ସୌମ୍ୟ
297
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଉପସଭାପତି ପଦରୁ ହଟିଲେ ବରିଷ୍ଠ ବିଜେଡି ନେତା ସୌମ୍ୟରଞ୍ଜନ ପଟ୍ଟନାୟକ । ଖଣ୍ଡପଡ଼ା ବିଧାୟକଙ୍କୁ ଦଳୀୟ ଉପସଭାପତି ପଦରୁ ହଟାଇଛନ୍ତି ବିଜେଡି ସୁପ୍ରିମୋ । ଖବରକାଗଜରେ ସମ୍ପାଦକୀୟ ଲେଖି ବିବାଦରେ ଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଖବର ଅନୁଯାୟୀ, ଗତ କିଛି ଦିନ ଧରି ଲଗାତର ଭାବେ ଦଳ ବିରୋଧୀ ମନ୍ତବ୍ୟ ଏବଂ ଖବରକାଗଜରେ ସମ୍ପାଦକୀୟ ଲେଖି ବିବାଦରେ ଥିଲେ । ଦଳର ବରିଷ୍ଠ ନେତା ଓ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଯାହାକୁ ନେଇ ରାଜନୈତିକ ମାହୋଲ ସରଗରମ ରହିଥିଲା । ଏପିରିକି ସୌମ୍ୟଙ୍କ ବୟାନକୁ ଦଳର ବରିଷ୍ଠ ନେତାମାନେ ଗଣମାଧ୍ୟମ ସାମ୍ନାକୁ ଆସି ତାଗିଦ୍‌ କରିଥିଲେ । ଯଦି କୌଣସି କଥା ଅଛି, ତେବେ ଦଳୀୟ ଫୋରମ୍‌ରେ ଆସି କୁହନ୍ତୁ ବୋଲି କହିଥିଲେ । କିନ୍ତୁ ତାପରେ ବି ସୌମ୍ୟ ଚୁପ୍‌ ହୋଇନଥିଲେ । ଲଗାତର ଭାବେ ଦଳବିରୋଧୀ ମନ୍ତବ୍ୟ ଦେଇଚାଲିଥିଲେ । ଶେଷରେ ମଙ୍ଗଳବାର ଦିନ ଖଣ୍ଡପଡ଼ା ବିଧାୟକ ତଥା ବିଜେଡି ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଆକ୍ସନ ନେଇଛନ୍ତି ପାର୍ଟି ସୁପ୍ରିମୋ । ଶେଷରେ ଦଳ ବିରୋଧୀ ମନ୍ତବ୍ୟ ଏବଂ ଲେଖା ପାଇଁ ବିଜେଡି ଉପସଭାପତି ପଦରୁ ହଟାଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ଦଳରୁ ଏନେଇ ନୋଟିସ୍‌ ପ୍ରକାଶ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!