ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସୌମ୍ୟଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଲେ ସୁପ୍ରିମୋ ନବୀନ ପଟ୍ଟନାୟକ l ପ୍ରଥମେ ଉପ-ସଭାପତି ପଦରୁ ବିଦା କରାଯାଇଥିଲା । ଏବେ ଆଉ ଏକ ବଡ ଆକ୍ସନ ନେଇଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଗୁରୁବାର ସୌମ୍ୟଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ଏବଂ ବାରମ୍ବାର ଦଳ ବିରୁଦ୍ଧରେ ଖୋଲାଖୋଲି ଭାବେ ବୟାନବାଜୀ କରିବା ସୌମ୍ୟଙ୍କୁ ପଡିଛି ମହଙ୍ଗା । ଏହା ସହିତ ସୌମ୍ୟଙ୍କ ମାଲିକାନାରେ ଥିବା ଗଣମାଧ୍ୟମ ସଂସ୍ଥା ସମ୍ବାଦ ଗ୍ରୁପ୍ରେ ଅର୍ଥନୈତିକ ଅପରାଧ ଶାଖା (EOW) ପକ୍ଷରୁ ଚଢାଇ କରାଯିବା ପରେ ଦଳ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି l ସୌମ୍ୟ ପଟ୍ଟନାୟକଙ୍କ ବିରୁଦ୍ଧରେ ଏହା ହେଉଛି ୨ୟ ଦଳଗତ କାର୍ଯ୍ୟାନୁଷ୍ଠାନ । ପୂର୍ବରୁ ଗୁରୁତ୍ବପୂର୍ଣ୍ଣ ଉପ-ସଭାପତି ପଦରେ ଥିବା ବେଳେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପଦରୁ ହଟାଇଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏବେ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପୂର୍ବକ ବିଜେଡିରୁ ବିଦା କରାଯାଇଛି।






