Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୋରଡ଼ା ପୋଲିସକୁ ବଡ଼ ସଫଳତା

by ସଞ୍ଜୟ ସ୍ୱାଇଁ
June 16, 2023
in Crime, State
ସୋରଡ଼ା ପୋଲିସକୁ ବଡ଼ ସଫଳତା
152
VIEWS
Share on FacebookShare on Twitter

ଗଞ୍ଜାମ, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା ସୋରଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା । ଲଗାତାର ଘଟୁଥିବା ଡକାୟତ ଘଟଣାର ପର୍ଦାଫାସ କରିଛି ସୋରଡ଼ା ଥାନା ପୋଲିସ । ଗତ ୧୧ ତାରିଖ ଦିନ ସୋରଡ଼ା ବଡଦାଣ୍ଡ ସାହିରେ ଘଟିଥିବା ବଡ଼ ଡକାୟତ ଘଟଣାରେ ୪ ଲକ୍ଷ ୫୦ ହଜାର ଟଙ୍କା ସହ ୨୫୦ ଗ୍ରାମ ସୁନା ବନ୍ଧୁକ ମୁନରେ ଲୁଟି ନେଇଥିଲେ ଡକାୟତ ଗ୍ୟାଙ୍ଗ । ଗଞ୍ଜାମ ଏସ.ପି ଙ୍କ ନିର୍ଦେଶ ପ୍ରକାରେ ଆସିକା ଏସଡିପିଓ ଙ୍କ ତତ୍ୱାବଧାନରେ ସୋରଡ଼ା ପୋଲିସ ଦୀର୍ଘ ୪ ଦିନ ଧରି ବିଭିନ୍ନ ସ୍ଥାନ ରେ ଚଢ଼ାଉ କରି ଅଭିଯୁକ୍ତ କୁ ଗିରଫ କରିଥିଲେ କ୍ଷ ଅଭିଯୁକ୍ତଙ୍କ ଠାରୁ ନଗତ ୬୨ ହଜାର ଟଙ୍କା, ୨୦ ଭରିରେ ଅଧିକ ସୁନା ଅଳଙ୍କାର, ଦୁଇଟି ଖେଳନା ବନ୍ଧୁକ, ଗୋଟିଏ କାର, ବାଇକ, ଛୁରୀ ଜବତ ହୋଇଛି ।

ବଳକା ୨ ଲକ୍ଷ ୨୭ହଜାର ଟଙ୍କା ଅଭିଯୁକ୍ତର ବ୍ୟାଙ୍କ ଆକାଉଣ୍ଟ୍‌କୁ ପୋଲିସ ଫ୍ରିଜ୍ କରିଛି । ଏକମାସ ପୂର୍ବରୁ ସୋରଡ଼ା ଥାନା ଦାରିଙ୍ଗବାଡି ଘାଟି ଓ ବିଭୁତିଆ ଜଙ୍ଗଲ ଅଂଚଳରେ ବାଇକ ଆରୋହୀଙ୍କ ଠାରୁ ଲୁଟିଥିଲେ ସୁନା ଅଳଙ୍କାର ଓ ମୋବାଇଲ । ସେହି ସୁନାକୁ ମଧ୍ୟ ପୋଲିସ ଜବତ କରିଥିବା ନେଇ ପ୍ରେସମିଟ ଜରିଆରେ ଆସିକା ଏସଡିପିଓ ସୂଚନା ଦେଇଛନ୍ତି । ଜବତ ସୁନା ଅଳଙ୍କାର ଓ ନଗତ ଟଙ୍କା ପୋଲିସ ଜବତ କରିଥିବା ଜାଣିବା ପରେ ଥାନା ଅଧିକାରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଅଭିଯୋଗ କାରି ମାନେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!