Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହସ୍ପିଟାଲରେ ଅକ୍ସିଜେନ ସିଲିଣ୍ଡର ପହଞ୍ଚାଇଲେ ସୋନୁ ସୁଦ : ବଞ୍ଚିଗଲା ୨୨ ଆକ୍ରାନ୍ତଙ୍କ ଜୀବନ

by ସଞ୍ଜୟ ସ୍ୱାଇଁ
May 5, 2021
in NATIONAL NEWS
ହସ୍ପିଟାଲରେ ଅକ୍ସିଜେନ ସିଲିଣ୍ଡର ପହଞ୍ଚାଇଲେ ସୋନୁ ସୁଦ : ବଞ୍ଚିଗଲା ୨୨ ଆକ୍ରାନ୍ତଙ୍କ ଜୀବନ
102
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ଦେଶରେ କରୋନା ସଂକ୍ରମଣ ବ୍ୟାପକ ହେଉଥିବା ବେଳେ ସଂକ୍ରମିତଙ୍କୁ ସହାନୁଭୁତି ଦେଖାଇବା ଦୂରର କଥା ସେମାନଙ୍କ ପାଖ ମାଡିବାକୁ ଅନେକ ଲୋକ କୁଣ୍ଠାବୋଧ କରୁଛନ୍ତି । ଏମିତି ବି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେ କି ଦିନ ରାତି କରୋନା ଆକ୍ରାନ୍ତଙ୍କ ଠାରୁ ଆରମ୍ଭ କରି ପ୍ରବାସୀ, ଗରିବ, ଦିନ ମଜୁରିଆଙ୍କୁ ଅନବରତ ଭାବେ ସାହାଯ୍ୟ ଯୋଗାଇ ଆସୁଛନ୍ତି । ସେମାନଙ୍କ ମଧ୍ୟରୁ ଅଭିନେତା ସୋନୁ ସୁଦ ଅନ୍ୟତମ । କରୋନା ସଂକ୍ରମଣ ଆରମ୍ଭ ହେବାପରଠୁ ସେ ଲୋକମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଆସୁଛନ୍ତି । ଦିନ ରାତି ସେ ତାଙ୍କ ଟିମ ସହ ମିଶି କରୋନାରେ ପ୍ରଭାବିତ ଲୋକମାନଙ୍କୁ ସାହାଯ୍ୟ କରିବାରେ ଲାଗିପଡିଛନ୍ତି । କେତେବେଳେ ରୋଗୀଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡର ଯୋଗାଇଦେଉଛନ୍ତି ତ କେତେବେଳେ କାହାର ପ୍ଳାଜା ଦରକାର ହେଲେ ତୁରନ୍ତ ପହଞ୍ଚିଯାଉଛନ୍ତି । ନିକଟରେ ବେଙ୍ଗାଲୁରୁରେ ୨୨ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇ ଲୋକଙ୍କ ନଜରରେ ସୋନୁ ସୁଦ ପୁଣିଥରେ ମହାନ ହୋଇଯାଇଛନ୍ତି । ଗତ ମଙ୍ଗଳବାର ସୋନୁଙ୍କ ଟିମରେ କାମ କରୁଥିବା ଜଣେ ସଦସ୍ୟଙ୍କ ନିକଟକୁ ବେଙ୍ଗାଲୁରୁ ୟେଲାହାଙ୍କା ଟାଉନରୁ ଜଣେ ପୋଲିସ ଅଧିକାରୀଙ୍କ ଫୋନ ଆସିଥିଲା । ଏଆରଏକେ ହସ୍ପିଟାଲରେ ଅକ୍ସିଜେନ ସଙ୍କଟ ବ୍ୟାପକ ହେଉଥିବା ଜଣାଇଥିଲେ । ସୋନୁଙ୍କୁ ଏହି ଖବର ମିଳିବା ପରେ, ସେ ଏବଂ ତାଙ୍କ ଟିମ ମଧ୍ୟ ରାତ୍ରିରେ ହିଁ ୧୫ଟି ଅକ୍ସିଜେନ ସିଲିଣ୍ଡର ହସ୍ପିଟାଲରେ ପହଞ୍ଚାଇଥିଲେ । ପରେ ହସ୍ପିଟାଲରେ ଭର୍ତ୍ତି ଥିବା ପ୍ରାୟ ୨୨ ଜଣ ରୋଗୀଙ୍କୁ ତୁରନ୍ତ ଅକ୍ସିଜେନ ଲଗାଇଯାଇଥିଲା । ଯାହାଫଳରେ ରୋଗୀଙ୍କ ଜୀବନ ରକ୍ଷା ପାଇଯାଇଥିଲା । ଘଟଣାକୁ ନେଇ ସୋନୁ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ଏହାର ଶ୍ରେୟ ନିଜ ଟିମକୁ ଦେଇଛନ୍ତି । ସୋନୁ କହିଛନ୍ତି, ‘ମିଶନରେ ସାମିଲ ଥିବା ସମସ୍ତଙ୍କୁ ଧନ୍ୟବାଦ । ଏତେ ସଙ୍କଟ ମଧ୍ୟରେ ଅଧରାତିରେ ସେମାନେ ତୁରନ୍ତ ଅକ୍ସିଜେନ ନେଇ ହସ୍ପିଟାଲରେ ପହଞ୍ଚିଥିଲେ ଏବଂ ୨୨ ଜଣଙ୍କ ଜୀବନ ରକ୍ଷା ପାଇଯାଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!