Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସନ୍ନୀ ମେହେଟାଙ୍କର ପରଲୋକ

by ସଞ୍ଜୟ ସ୍ୱାଇଁ
December 31, 2019
in Breaking
ସନ୍ନୀ ମେହେଟାଙ୍କର ପରଲୋକ
33
VIEWS
Share on FacebookShare on Twitter

ଭୂବନେଶ୍ୱର, (ବାଘୁଆବାର୍ତ୍ତା ବ୍ୟୁରୋ) : ବିଶ୍ବର ଜଣେ ପ୍ରସିଦ୍ଧ ପ୍ରକାଶକ ଓ ସଂପାଦକ ଭାବେ ଜଣାଶୁଣା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ସନ୍ନୀ ମେହେଟାଙ୍କର ପରଲୋକ ହୋଇଯାଇଛି। ସନ୍ନୀ ଆଲଫ୍ରେଡ୍‌ ଏ ନଫ୍‌ ପ୍ରକାଶନ ସଂସ୍ଥାର ମୁଖ୍ୟ ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ କନ୍ୟା ତଥା ଲେଖିକା ଗୀତାଙ୍କୁ ବିବାହ କରିଥିଲେ । ଆମେରିକାର ନ୍ୟୁୟର୍କ ନିବାସୀ ସନ୍ନୀଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।୧୯୪୨ରେ ଜନ୍ମିତ ସନ୍ନୀ ତତ୍‌କାଳୀନ ଭାରତୀୟ ରାଷ୍ଟ୍ରଦୂତ ଅମିର ସିଂହ ମେହେଟାଙ୍କ ପୁତ୍ର। ଶୈଶବରେ ବିଶ୍ବର ବିଭିନ୍ନ ଦେଶ ଓ ସହରରେ ଜୀବନ ଅତିବାହିତ କରିଥିବା ସନ୍ନୀ ଭାରତର ସନଓ୍ବାର ସ୍କୁଲ ଓ ଲଣ୍ଡନର ସେଭେନ୍‌ଓକ୍ସ ସ୍କୁଲରେ ପାଠ ପଢ଼ିଥିଲେ। ପରେ କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟରେ ଇତିହାସ ଓ ଇଂରାଜୀରେ ଶିକ୍ଷା ସମାପ୍ତ କରି ପ୍ରସିଦ୍ଧ ପତ୍ରିକା ଗ୍ରାନ୍ତାର ସଂପାଦନା କରିଥିଲେ। ୧୯୬୫ରେ ଲଣ୍ଡନର ହର୍ଟ-ଡାଭିସ୍‌ରୁ ନିଜର ପ୍ରକାଶନ ବୃତ୍ତି ଆରମ୍ଭ କରିଥିଲେ ସନ୍ନୀ। ୧୯୬୬ରେ ସେ ପାଲାଦିନ୍‌ ନାମରେ ପ୍ରକାଶନ ସଂସ୍ଥାର ସହ ସଂସ୍ଥାପକ ପାଲଟିଲେ। ଦୁଇ ଦଶନ୍ଧିରୁ ଅଧିକା କାଳ ୟୁରୋପରେ ପ୍ରକାଶନ ଓ ସଂପାଦନା ଶିଳ୍ପରେ କାମ କରିବା ପରେ ୧୯୮୭ରେ ସେ ନ୍ୟୁୟର୍କ ଯାଇଥିଲେ। ସେଠାରେ ସେ ଆଲଫ୍ରେଡ୍‌ ଏ ନଫ୍‌ର ମୁଖ୍ୟ ସଂପାଦକ ଭାବେ ଯୋଗ ଦେଲେ। ଓଡ଼ିଶାର ଜାମାତା ଭାବରେ ସେ ଏକାଧିକ ବାର ଆସିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!