Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୋନିଆ ଗାନ୍ଧୀଙ୍କୁ ଇଡିର ଜେରା : ସବୁଠି ବିକ୍ଷୋଭ

by ସଞ୍ଜୟ ସ୍ୱାଇଁ
July 21, 2022
in Breaking, Politics
ସୋନିଆ ଗାନ୍ଧୀଙ୍କୁ ଇଡିର ଜେରା : ସବୁଠି ବିକ୍ଷୋଭ
65
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଇଡିରେ ହାଜର ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ପଚରା ଉଚରା କରିବ । ତାଙ୍କ ସହ କଂଗ୍ରେସ ମହାସଚିବ ତଥା ଝିଅ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀ ମଧ୍ୟ ଯାଇଛନ୍ତି । ଅବଶ୍ୟ ଦୁଇ ଜଣଙ୍କୁ ଆଜି ପଚରା ଉଚରା କରିବନି । ଏମାନେ କେବଳ ମା’ ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ଯାଇଛନ୍ତି । ପଚରାଉଚରା ପାଇଁ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଥିଲା । କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦେଶର ବିଭିନ୍ନ ସ୍ଥାନରେ କଂଗ୍ରେସ କଂର୍ମୀ ଓ ନେତା ବିରୋଧ କରୁଛନ୍ତି । ସଡକରୁ ସଂସଦ ସବୁଠୁ ବିରୋଧ କରାଯାଇଛି । କଂଗ୍ରେସ ମୁଖ୍ୟାଳୟ, ସଂସଦ ଭବନ, ଦିଲ୍ଲୀ ରାଜରାସ୍ତା ଏବଂ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ଜାରି ରହିଛି । କଂଗ୍ରେସ କହିଛି ସରକାରଙ୍କ ବିରୋଧରେ ଉଠୁଥିବା ସ୍ୱରକୁ ଚାପିବା ପାଇଁ କେନ୍ଦ୍ର ଯାଞ୍ଚ ଏଜେନ୍ସିଗୁଡିକର ବ୍ୟବହାର କରୁଛି । ଆଇନଶୃଙ୍ଖଳା ରକ୍ଷା ପାଇଁ ଦିଲ୍ଲୀ ପୋଲିସ ହାଇଆଲର୍ଟରେ ରହିଛି । ଅନେକ ସ୍ଥାନରେ ପୋଲିସ ଓ କଂଗ୍ରେସକର୍ମୀ ମଧ୍ୟରେ ଧସ୍ତା ଧସ୍ତି ଦୃଶ୍ୟ ମଧ୍ୟ ଦେଖାଯାଇଛି । ନୂଆଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ କରାଯାଇଛି । କଂଗ୍ରେସ ହେଡକ୍ବାର୍ଟର୍ସ, ସୋନିଆ ଗାନ୍ଧୀଙ୍କ ବାସଭବନ ଓ ଇଡି ଅଫିସ ଆଗରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମେତ କଂଗ୍ରେସର ବହୁ ବରିଷ୍ଠ ନେତା ଦିଲ୍ଲୀରେ ଉପସ୍ଥିତ ଅଛନ୍ତି । ପୂର୍ବରୁ ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରିସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏପଟେ ୧୩ ବିରୋଧୀ ଦଳ କଂଗ୍ରେସର ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭାଗ ନେଇଛନ୍ତି । ପ୍ରସଙ୍ଗ ଥିଲା କେନ୍ଦ୍ର ସରକାରଙ୍କ ପ୍ରତିଶୋଧର ରାଜନୀତି । ବିରୋଧୀମାନେ ଅଭିଯୋଗ କରିଛନ୍ତି ଯାଞ୍ଚ ଏଜେନ୍ସିଗୁଡିକର ବ୍ୟବହାର କରି କେନ୍ଦ୍ର ସରକାର ବିରୋଧୀ ନେତାମାନଙ୍କୁ ହଇରାଣ କରୁଛନ୍ତି । ତେବେ ଏହି ବୈଠକରେ ତେଲାଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଦଳ ଟିଆଏସ ମଧ୍ୟ ସାମିଲ ଥିଲା । ପୂର୍ବରୁ ଟିଆରଏସ କଂଗ୍ରେସଠାରୁ ଦୂରତା ଅବଲମ୍ବନ କରୁଥିଲା । ସଂସଦ ଅଧିବେଶନକୁ ମଧ୍ୟ କଂଗ୍ରେସ ସମେତ ବିରୋଧ ଦଳ ପ୍ରତ୍ୟାଖ୍ୟାନ କରି ସୋନିଆଙ୍କ ପଚରାଉଚରାକୁ ବିରୋଧ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!