Tuesday, December 16, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅଭିନେତ୍ରୀ ସୋନାଲି ପଣ୍ଡା

by ସଞ୍ଜୟ ସ୍ୱାଇଁ
April 29, 2025
in State
ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅଭିନେତ୍ରୀ ସୋନାଲି ପଣ୍ଡା
193
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ବିବାଦରେ ଫସିଥିବା ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା । ବାଲିଚନ୍ଦ୍ରପୁର ଥାନାରେ ସେ ଦାୟର କରିଥିବା ଏତଲା ଉପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦେବାକୁ ସେ ନିଜ ଆବେଦନରେ ଦର୍ଶାଛନ୍ତି । ସୋନାଲିଙ୍କ ଆବେଦନ ମୁତାବକ, ଯେତେବେଳେ ତାଙ୍କୁ ୧୩ ବର୍ଷ ବୟସ ହୋଇଥିଲା, ସେତେବେଳେ ତାଙ୍କ ଇଚ୍ଛା ବିରୁଦ୍ଧରେ ବାହାଘର ହୋଇଥିଲା । ୨୦୧୪ ମସିହାରେ ସେ ନାବାଳିକା ଥିବା ଅବସ୍ଥାରେ ମା’ ହୋଇଥିଲେ । ପରେ ଉକ୍ତ ବିବାହକୁ ସେ ଗ୍ରହଣ କରିନଥିଲେ । ତାଙ୍କ ଇଚ୍ଛା ବିରୁଦ୍ଧରେ ହୋଇଥିବା ସମସ୍ତ କାର୍ଯ୍ୟ ବିରୁଦ୍ଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେ ବାଲିଚନ୍ଦ୍ରପୁର ଥାନାରେ ଏତଲା ଦେଇଥିଲେ । କିନ୍ତୁ ପୋଲିସ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ସ୍ବାମୀ ଦାବି କରୁଥିବା ଶ୍ରୀକ୍ଷେତ୍ରଙ୍କ ସହ ଗତ ୧୦ ବର୍ଷ ହେଲା ତାଙ୍କର କୌଣସି ସମ୍ପର୍କ ନାହିଁ । ସେ ଅଲଗା ରହୁଛନ୍ତି । ଶ୍ରୀକ୍ଷେତ୍ର ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ସୋନାଲିଙ୍କ ଅଭିଯୋଗ ଆଧାରରେ ଶ୍ରୀକ୍ଷେତ୍ରଙ୍କ ବିରୋଧରେ ଧାରା ୩୭୬ ଓ ପୋକ୍ସୋ ଆଇନ ଅଧୀନରେ ମକଦ୍ଦମା ରୁଜୁ ହୋଇଥିବା ସୋନାଲିଙ୍କ ଓକିଲ ସୂଚନା ଦେଇଛନ୍ତି ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!