Wednesday, September 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମା ର ହତ୍ୟା ପରେ ଆତ୍ମହତ୍ୟା ଉଦ୍ୟମ କଲେ ପୁଅ

by ସଞ୍ଜୟ ସ୍ୱାଇଁ
January 24, 2025
in Crime, State
ମା ର ହତ୍ୟା ପରେ ଆତ୍ମହତ୍ୟା ଉଦ୍ୟମ କଲେ ପୁଅ
47
VIEWS
Share on FacebookShare on Twitter

ବାରିପଦା, (ବାଘୁଆବାର୍ତ୍ତା): ରାଶନ ଚାଉଳ ଭାଗବଣ୍ଟାକୁ ନେଇ ନୃଶଂସ ପୁଅ ଏକ ଦାଆରେ ମା’ ବେକକୁ କାଟି ହତ୍ୟା କରିବା ପରେ ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଧୀନ ଶରତଚନ୍ଦ୍ରପୁର ୱାର୍ଡ ନଂ. ୭ରେ ଗୁରୁବାର ପୂର୍ବାହ୍ନ ୧୧ଟାରେ ଏହି ଘଟଣା ଘଟିଛି। ପରିବାର ଲୋକେ ଅଭିଯୁକ୍ତ ପୁଅ ରୋହିଦାସ ସିଂଙ୍କୁ ଆମ୍ବୁଲାନ୍ସ ଯୋଗେ ବାରିପଦା ପିଆର୍‌ଏମ୍‌ ମେଡିକାଲରେ ଭର୍ତ୍ତି କରିଛନ୍ତି। ସୂଚନା ଅନୁଯାୟୀ, ରୋହିଦାସଙ୍କ ମା’ ରଇବାରୀ ସିଂ(୬୫)ପାଇଥିବା ଚାଉଳକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରୋହିଦାସ ଏକ ଦାଆରେ ତାଙ୍କ ମା’ଙ୍କ ବେକକୁ କାଟିଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତା ରଇବାରୀଙ୍କ ସାନପୁଅ ଲକ୍ଷ୍ମୀକାନ୍ତ ମଧ୍ୟାହ୍ନ ୧୨ଟାରେ କାମରୁ ଫେରି ପ୍ରଧାନମନ୍ତ୍ରୀ ଆବାସ ଘରେ ରହୁଥିବା ମା’ଙ୍କୁ ଦେଖିବାକୁ ଯାଇଥିଲେ। ସେଠାରେ ମୃତଦେହ ପଡ଼ିଥିବା ଦେଖି ବଡ଼ଭାଇ ରୋହିଦାସଙ୍କୁ ପଚରାଉଚୁରା କରିଥିଲେ। ଚାଉଳ ଭାଗବଣ୍ଟାକୁ ନେଇ ମା’ଙ୍କୁ ହତ୍ୟା କରିଥିବା ରୋହିଦାସ ସ୍ବୀକାର କରିବା ସହ ସେହି ଦାଆରେ ନିଜ ବେକକୁ କାଟି ଆମତ୍ହତ୍ୟା ଉଦ୍ୟମ କରିଥିବା ଲକ୍ଷ୍ମୀକାନ୍ତ ଏତଲାରେ ଦର୍ଶାଇଛନ୍ତି। ଖବରପାଇ ସାଇଣ୍ଟିଫିକ୍‌ ଟିମ୍‌ ସହ ପୋଲିସ ପହଞ୍ଚତ୍ ତଦନ୍ତ ଜାରି ରଖିଛି। ଏନେଇ ଥାନାରେ ଏକ ମାମଲା (ନଂ.୨୯/୨୫) ରୁଜୁ ହୋଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!