Sunday, September 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୋବାଇଲ ପାଇଁ ବାପା, ମାଆ ଓ ଭଉଣୀଙ୍କୁ ହତ୍ୟା କଲା ପୁଅ

by ସଞ୍ଜୟ ସ୍ୱାଇଁ
March 4, 2025
in Crime, State
ମୋବାଇଲ ପାଇଁ ବାପା, ମାଆ ଓ ଭଉଣୀଙ୍କୁ ହତ୍ୟା କଲା ପୁଅ
122
VIEWS
Share on FacebookShare on Twitter

ଜଗତସିଂହପୁର, (ବାଘୁଆବାର୍ତ୍ତା): ଜଗତସିଂହପୁରରେ ଜଘନ୍ୟକାଣ୍ଡ। ବାପା ମାଆ ଓ ଭଉଣୀକୁ ବୀଭତ୍ସ ହତ୍ୟା। ପଥର ଓ ହେମଦସ୍ତାରେ ଛେଚି ଛେଚି ମାରି ଦେଇଛି ପୁଅ। ଗତ ରାତିର ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଜଗତସିଂହପୁର ଥାନା ଜୟବଡ଼ ସେଠି ସାହିରେ ଘଟିଛି ଏହି ଘଟଣା। ମୃତକ ହେଲେ ବାପା କାଳନ୍ଦୀ ସେଠୀ, ତାଙ୍କ ସ୍ତ୍ରୀ କନକଲତା ଓ ରୋଜାଲିନ। ପୁଅ ସୂର୍ଯ୍ୟକାନ୍ତ ସମସ୍ତଙ୍କୁ ରାତିରେ ମାରି ଦେଇଥିବାର ଅଭିଯୋଗ ହୋଇଛି। ସୂର୍ଯ୍ୟକାନ୍ତ ଓରଫ୍ ବଣ୍ଟି ବହୁ ସମୟ ଧରି ମୋବାଇଲ ଖେଳୁଥିବାରୁ ଗତ ରାତିରେ ବାପା ତାକୁ ଗାଳି କରିଥିଲେ। ଏହାକୁ ନେଇ ଘରେ ପାଟିତୁଣ୍ଡ ହୋଇଥିଲା। ପରେ ରାତିରେ ଖାଇ ପିଇ ସମସ୍ତେ ଶୋଇଥିଲେ। ପଡ଼ୋଶୀ କହିଛନ୍ତି, ରାତିରେ ସମସ୍ତଙ୍କୁ ପଥର ଓ ହେମଦସ୍ତାରେ ଛେଚି ହତ୍ୟା କରିଥିଲା ବଣ୍ଟି।ତା ପରେ ପଡ଼ୋଶୀଙ୍କୁ କହିଥିଲା, ମୁଁ ସମସ୍ତଙ୍କୁ ମାରି ଦେଇଛି। ଗାଁ ଲୋକେ ଖବର ଦେବା ପରେ ପୋଲିସ ଆସିଥିଲା। ପୋଲିସ ଆସି ମୃତଦେହ ଜବତ କରିଛି। ଖୋଜାଖୋଜି କରିବା ପରେ ବଣ୍ଟି ପାଖ ସ୍କୁଲ ନିକଟରେ ବସିଥିବା ବେଳେ ତାକୁ ଧରିଛି ପୋଲିସ। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସ ତଦନ୍ତ କରୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!