Friday, April 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାମାନ୍ୟ ବର୍ଷାରେ ବୁଡ଼ିଲା ପୋଲ

by ସଞ୍ଜୟ ସ୍ୱାଇଁ
May 28, 2025
in State
ସାମାନ୍ୟ ବର୍ଷାରେ ବୁଡ଼ିଲା ପୋଲ
39
VIEWS
Share on FacebookShare on Twitter

ବୌଦ୍ଧ, (ବାଘୁଆବାର୍ତ୍ତା): ବୌଦ୍ଧ ଜିଲ୍ଲାରେ ହୋଇଥିବା ସାମାନ୍ୟ ବର୍ଷାରେ ବୁଡିଲା ପୋଲ । ପୋଲ ଉପରେ ୨ ଫୁଟ ଉଚ୍ଚରେ ଚାଲିଲା ବର୍ଷା ପାଣି । କଣ୍ଟାମାଳ ବ୍ଲକର ଘଣ୍ଟାପଡ଼ା ମାଣ୍ଡିଆଜୋର ପୋଲ ଉପରେ ଚାଲିଲା ପାଣି l ଘଣ୍ଟାପଡା ଠାରୁ ରେକଡୋଲ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି l ରେକଡୋଲ ରାସ୍ତାରେ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାତିରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରେ ହୋଇଥିବା ବର୍ଷା ଯୋଗୁଁ ମାଣ୍ଡିଆଜୋର ନାଳରେ ପାଣି ବଢ଼ିବାରେ ଲାଗିଥିଲା ଫଳରେ ବୁଧବାର ସକାଳେ ପୋଲ ଉପରେ ପ୍ରାୟ ୨ ଫୁଟ ଉଚ୍ଚରେ ପାଣି ଚାଲୁଥିବା ଦେଖିବାକୁ ମିଳିଛି । ତେବେ ପୋଲରେ ଯାତାୟତ ବାଧାପ୍ରାପ୍ତ ହୋଇଥିବା ବେଳେ ଘଣ୍ଟାପଡା ଠାରୁ ରେକଡଲ୍ ପର୍ଯ୍ୟନ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ତେବେ ରାସ୍ତାରେ ପାଣି ଚାଲୁଥିବାରୁ ଉଭୟ ପାର୍ଶ୍ଵରେ ଯାନବାହାନ ଅଟକି ରହିଛି । ତେବେ ପାଣି ଧୀରେ ଧୀରେ କମୁଥିବା ବେଳେ ଲୋକେ ଦୁଃସାହସିକ ଭାବେ ଯାତାୟାତ କରୁଥିବା ବେଳେ ଛୋଟ ଛୁଆ ମାନେ ପାଣି ଭିତରେ ପଶି ପୋଲ ପାର ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ସେପଟେ ବର୍ଷା ଋତୁ ଆରମ୍ଭରୁ ହିଁ ଯଦି ଏହି ପୋଲ ଉପରେ ଏଭଳି ଭାବେ ପାଣି ଚାଲୁଛି ତେବେ ଆଗାମୀ ଦିନରେ ବର୍ଷା ଋତୁରେ କିଭଳି ଭାବେ ଲୋକେ ଯାତାୟାତ କରିବେ ତାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଗ୍ରାମବାସୀ । ତେବେ ଏହି ସମସ୍ୟାକୁ ନେଇ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ଯୋଗୁଁ ଲୋକେ ମେଡିକାଲ, ବ୍ଲକ, ପଞ୍ଚାୟତ କାର୍ଯ୍ୟାଳୟକୁ ମଧ୍ୟ ଯାଇ ପାରୁନଥିବା ବେଳେ ଗ୍ରାମକୁ ଯାଉଥିବା ଲୋକେ ମଧ୍ୟ ପାଣି ଯୋଗୁଁ ଫସି ରହିଛନ୍ତି । ତେବେ ଆଗାମୀ ବର୍ଷା ଋତୁ ଆସିବା ପୂର୍ବରୁ ଯଥାଶୀଘ୍ର ଏହାର ସମାଧାନ କରିବାକୁ ନେଇ ପ୍ରଶାସନକୁ ଦାବି କରିଛନ୍ତି ଗ୍ରାମବାସୀ ।

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

April 24, 2026
ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

April 24, 2026
ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

April 24, 2026
ନୟାଗଡ଼ ପୌର ପରିଷଦ ଅଞ୍ଚଳରେ ଚାଲିଛି ଗୃହ ଗଣନା

ନୟାଗଡ଼ ପୌର ପରିଷଦ ଅଞ୍ଚଳରେ ଚାଲିଛି ଗୃହ ଗଣନା

April 23, 2026
ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ:ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ବିଜେଡ଼ି ଟିମ:ଜୋର୍ ଧରିଲା ଏସଡିପିଓଙ୍କ ଗିରଫ୍ ଦାବି

ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ:ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ବିଜେଡ଼ି ଟିମ:ଜୋର୍ ଧରିଲା ଏସଡିପିଓଙ୍କ ଗିରଫ୍ ଦାବି

April 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!