Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏ ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଜୁନ ୧୦ରେ, ଜାଣନ୍ତୁ କେଉଁ ସମୟ

by ସଞ୍ଜୟ ସ୍ୱାଇଁ
May 31, 2021
in NATIONAL NEWS
ଏ ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଜୁନ ୧୦ରେ, ଜାଣନ୍ତୁ କେଉଁ ସମୟ
424
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା) ଚନ୍ଦ୍ର ଗ୍ରହଣ ପରେ ଏବେ ୨୦୨୧ର ପ୍ରଥମ ସୂର୍ୟ୍ୟ ଗ୍ରହଣ ଲୋକମାନେ ଦେଖିବାକୁ ଯାଉଛନ୍ତି। ଆସନ୍ତା ଜୁନ୍‌ ୧୦ ତାରିଖରେ ଏହି ସୂର୍ୟ୍ୟ ପରାଗ ହେବ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଏହି ସୂର୍ୟ୍ୟ ଗ୍ରହଣ ଜୈଷ୍ଠ ମାସର ଅମାବାସ୍ୟା ତିଥିରେ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜୁନ୍‌ ୧୦ ହେଉଛି ସାବିତ୍ରୀ ବ୍ରତ ଓ ଶନି ଜୟନ୍ତୀ। ସେହିଦିନ ହିଁ ସୂର୍ୟ୍ୟ ପରାଗ ହେବ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗ୍ରହଣ ବେଳେ କୌଣସି ଶୁଭ କାର୍ୟ୍ୟ କରିବା ଠିକ୍‌ ନୁହେଁ। ଏହି ସମୟରେ ପୂଜା ଠାରୁ ଆରମ୍ଭ କରି ପାକ ନିଷେଧ କରାଯାଇଥାଏ। ମନ୍ଦିର ମଧ୍ୟ ବନ୍ଦ ରୁହେ। ଏହି ସୂର୍ୟ୍ୟ ଗ୍ରହଣ ଉତ୍ତର ଆମେରିକାର ଉତ୍ତର ଭାଗ, ୟୁରୋପ ଓ ଏସିଆ ମହାଦେଶରେ ଦେଖିବାକୁ ମିଳିବ। ଏହା ବ୍ୟତୀତ ଏହା ଉତ୍ତର କାନାଡା, ଗ୍ରୀନଲ୍ୟାଣ୍ଡ ଓ ରୁଷରେ ପରାଗର ସଂପୂର୍ଣ୍ଣ ଦୃଶ୍ୟ ଲୋକେ ଦେଖିପାରିବେ। ଭାରତରେ ସୂର୍ୟ୍ୟ ପରାଗ ଆଶିଂକ ଦୃଶ୍ୟମାନ ହେବ। ସୂର୍ୟ୍ୟ ଗ୍ରହଣର ସର୍ବାଧିକ ପ୍ରଭାବ ବୃଷ ରାଶି ଉପରେ ଦେଖାଯିବ। ଏହି ଦିନ ଚନ୍ଦ୍ରମା ବୃଷ ରାଶି ଉପରେ ପ୍ରଭାବ ପକାଇବ। ତେଣୁ ଏହି ରାଶିର ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡ଼ିବ। ଏହା ବ୍ୟତୀତ ଆର୍ଥିକ କାରବାର କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଉଚିତ। ଜୁନ୍‌ ୧୦ ତାରିଖ ଦିନ ୧.୪୨ରୁ ସୂର୍ୟ୍ୟ ଗ୍ରହଣ ଆରମ୍ଭ ହେବ। ଏହା ସନ୍ଧ୍ୟା ୬.୪୧ ଯାଏ ଚାଲିବ। ଏହି ସମୟ ପାକ ନିଷେଧ କରିବକୁ ହେବ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!