ନୟାଗଡ଼, (ବାଘୁଆବାର୍ତ୍ତା): କମ୍ବିଂ ଅପରେସନ୍ କରୁଥିବା ବେଳେ ଏସଓଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । ଉଭୟଙ୍କ ମଧ୍ୟରେ ଗୁଳି ବିନିମୟରେ ମାଓବାଦୀ ନହିତ ହୋଇଥିବା ସନ୍ଦେହ କରାଯାଇଛି । ସୂଚନାନୁସାରେ, କଳାହାଣ୍ଡି ମଦନପୁର ଅନ୍ତର୍ଗତ ରାମପୁର ରେଞ୍ଜ ଲୁବେନଗଡ଼ ଜଙ୍ଗଲରେ ଏସଓଜି ଯବାନମାନେ କମ୍ବିଂ ଅପରେସନ୍ କରୁଥିବା ବେଳେ ମାଓବାଦୀମାନେ ଗୁଳି ଚଳାଇଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏସଓଜି ଯବାନଙ୍କ ଗୁଳିମାଭରେ ମାଓବାଦୀ ମୃତାହତ ହୋଇଥିବା ସନ୍ଦେହ କରାଯାଇଛି ।





