ନୟାଗଡ଼,(ବାଘୁଆବାର୍ତ୍ତା): ଟ୍ରକ୍କ ଧକ୍କାରେ ଜଗନ୍ନାଥ ମଠର ମହନ୍ତ ରାମ ନାରାୟଣ ଦାସ ମହାରାଜ ଗୁରୁତର ହୋଇଛନ୍ତି । ସେଠାରୁ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ, ମହନ୍ତ ରାମ ନାରାୟଣ ଦାସ ନିଜ ସ୍କୁଟି ଧରି ଗଞ୍ଜାମରୁ ଛତ୍ରପୁରକୁ ଯାଉଥିଲେ । ଠିକ୍ ଏହି ସମୟରେ କଲେଜ ଛକ ନିକଟରେ ଏକ ଟ୍ରକ ଆସି ପଛ ପଟୁ ଧକ୍କା ଦେଇଥିଲା ଜ୍ଝ ଯାହାଫଳରେ ମହନ୍ତ ଜଣକ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ମହନ୍ତଙ୍କୁ ସ୍ଥାନୀୟ ଲୋକେ ଓ ଛତ୍ରପୁର ଥାନା କର୍ମଚାରୀ ପ୍ରଥମେ ଅଟୋ ଯୋଗେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ପ୍ରଥମେ ବ୍ରହ୍ମପୁର ବଡ ମେଡିକାଲ ,ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରି ତଦନ୍ତ ଜାରି ରଖିଛି ପୁଲିସ । ବେପରୁଆ ଗାଡି ଚଲାଣ ଯୋଗୁଁ ଏହି ଦୃଘଟଣା ଘଟିଥିବା ସୂଚନା ମିଳିଛି






