Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନାରୁ ମୁକ୍ତି ପାଇଁ ଚୋବାଇଲେ ମଲା ବିଷାକ୍ତ ସାପ, ଗିରଫ ସହ ସାତ ହଜାର ଜୋରିମାନା

by ସଞ୍ଜୟ ସ୍ୱାଇଁ
May 28, 2021
in NATIONAL NEWS
କରୋନାରୁ ମୁକ୍ତି ପାଇଁ ଚୋବାଇଲେ ମଲା ବିଷାକ୍ତ ସାପ, ଗିରଫ ସହ ସାତ ହଜାର ଜୋରିମାନା
290
VIEWS
Share on FacebookShare on Twitter

ମଦୁରାଇ (ବାଘୁଆବାର୍ତ୍ତା): ତାମିଲନାଡୁ ମଦୁରାଇ ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କ କୃଷି କର୍ମଚାରୀଙ୍କୁ ଗୁରୁବାର ଦିନ ଗିରଫ କରିଛି ବନ ବିଭାଗ । ବ୍ୟକ୍ତି ଜଣଙ୍କ ଏକ ମୃତ ସାପକୁ ଚୋବାଉଥିବାର ଭିଡିଓ ସାଇବର ସ୍ପେସରେ ଭାଇରାଲ୍ ହୋଇଥିଲ। । ପେରୁମାପାଟୀ ନିବାସୀ ଭାଡିଭେଲୁ ନାମକ ବ୍ୟକ୍ତିଙ୍କୁ ଗିରଫ କରିବା ସହ ୭,୦୦୦ ଟଙ୍କା ଜରିମନା କରିଛି ବନ ବିଭାଗ । ଭାଇରାଲ୍ ଭିଡିଓରେ ଭାଡିଭେଲୁ ଏକ ବିଷାକ୍ତ ସାପକୁ ଚୋବାଉଥିବା ନଜର ଆସିଥିଲେ । ସାପଗୁଡିକ କୋଭିଡ୍-୧୯ର ଆଣ୍ଟିଡୋଟ୍ ବୋଲି ଭାଡିଭେଲୁ ଦାବି କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ ଭାଡିଭେଲୁ କହିଛନ୍ତି ଯେ, କରୋନା ଭାଇରସରୁ ନିଜକୁ ରକ୍ଷା କରିବା ପାଇଁ ସେ ସାପକୁ ଚୋବାଇଥିଲେ । ଏକ ରିପୋର୍ଟ ଅନୁଯାୟୀ, ଜିଲ୍ଲା ବନ ଅଧିକାରୀ (ଡିଏଫ୍ଓ) ଏସ ଆନନ୍ଦ ଭାଇରାଲ୍ ଭିଡିଓ ଦେଖିବା ପରେ ପେରୁମାପାଟୀରୁ ଉକ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରିବା ପାଇଁ ଏକ ଟିମ୍ କୁ ନିର୍ଦ୍ଦେଶ ଦେଇଥିଲେ । ପରେ ଭାଡିଭେଲୁକୁ ଗିରଫ କରାଯାଇଥିଲା । ସାପ ଚୋବାଇବା ପାଇଁ ତାଙ୍କ ଉପରେ ୭,୦୦୦ ଟଙ୍କାର ଜରିମନା ଲଗାଯାଇଛି । ଡିଏଫଓ କହିଛନ୍ତି ଯେ, ଅଭିଯୁକ୍ତ କହିଛି କିଛି ଲୋକ ତାଙ୍କୁ ସାପ ଖାଇବାକୁ ବାଧ୍ୟ କରିଥିଲେ । ଘଟଣା ସମୟରେ ସେ ମଦ୍ୟପାନ କରିଥିଲେ ବୋଲି ଡିଏଫଓ କହିଛନ୍ତି । ଭାଡିଭେଲୁ ପୂର୍ବରୁ ମରିଯାଇଥିବା ସାପକୁ ଚୋବାଇଥିଲେ । ସେ ଭାଗ୍ୟବାନ ଥିଲେ ଯେ ସେ ସାପର ବିଷ ଗ୍ରନ୍ଥିରେ କାମୁଡିନଥିଲେ । ଏହି ସାପ ବିଷରେ ନ୍ୟୁରୋଟକ୍ସିନ୍ ଥାଏ ଯାହା ମଣିଷକୁ ପକ୍ଷାଘାତ କରିପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି ବୋଲି ଡିଏଫ୍ଓ କହିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!