Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାପ ଗବେଷଣାରେ ଓଡିଆ ପୁଅ ଆଗରେ, ଆବିଷ୍କୃତ କରିଛନ୍ତି ୪ ପ୍ରଜାତିର ନୂଆ ପିଟ୍ ପାଇପର ସାପ

by ସଞ୍ଜୟ ସ୍ୱାଇଁ
October 8, 2021
in State
ସାପ ଗବେଷଣାରେ ଓଡିଆ ପୁଅ ଆଗରେ, ଆବିଷ୍କୃତ କରିଛନ୍ତି ୪ ପ୍ରଜାତିର ନୂଆ ପିଟ୍ ପାଇପର ସାପ
105
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସାପ ଗବେଷଣାରେ ଓଡିଆ ପୁଅ ଆଗରେ । ୪ ପ୍ରଜାତିର ନୂଆ ପିଟ୍ ପାଇପର ସାପ ଆବିଷ୍କୃତ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଡିଗ୍ରୀ କଲେଜର ଜୁଲୋଜି ଅଧ୍ୟାପକ ଡଃ ଆଶୋକ ମଲ୍ଲିକ । ସେ ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ୍ ସାଇନ୍ସରେ ପିଏଚଡି କରୁଥିବା ବେଳେ ଗୋଟିଏ ପେପରରେ ୪ ଟି ନୂଆ ପ୍ରଜାତିର ପିଟ୍ ଭାଇପର ସାପ ଆବିଷ୍କାର କରିଛନ୍ତି । ଏହି ପିଟ୍ ଭାଇପର ସାପ ଗୁଡିକ ସାଧାରଣତଃ ଦକ୍ଷୀଣ ଭାରତରେ ଦେଖିବାକୁ ମିଳନ୍ତି । ଅଶୋକ ୨୦୦୮ ମସିହାରୁ ସାପଙ୍କ ଉପରେ ଗବେଷଣା ଆରମ୍ଭ କରିଥିଲେ। ଦୀର୍ଘ ୮ ବର୍ଷ ଗବେଷଣା ପରେ ଖାଲି ପିଟ୍ ଭାଇପର ଆବିଷ୍କୃତ କରିଛନ୍ତି ତା ନୁହେଁ। ସିଡୋସେଫାଲସ୍ ଜେନସକୁ ମଧ୍ୟ ମାନ୍ୟତା ମିଳିଲା । ଏହି ୪ ପ୍ରକାର ସାପକୁ ଆଗରୁ ଟ୍ରାଇମେରେସେରସ ଅଧିନରେ ରଖାଯାଇଥିଲା। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଜର୍ନାଲ ‘ଭର୍ଟିବ୍ରେଟ୍ ଜୁଲୋଜି’ ରେ ଅଶୋକଙ୍କ ଗବେଷଣା ସନ୍ଦର୍ଭ ପ୍ରକାଶିତ ହୋଇଛି। ଅଶୋକଙ୍କ ସହିତ ଏହି ଗବେଷଣାରେ ଦେଶ ତଥା ବିଦେଶର ଆଉ ୬ ଜଣ ଗବେଷକ ମଧ୍ୟ ସାମିଲ ହୋଇଥିଲେ। ଅଶୋକ ଆବିଷ୍କାର କରିଥିବା ନୂଆ ପ୍ରଜାତିର ସାପ ଗୁଡିକ ହେଲେ କ୍ରୋସେଡୋସେଫାଲସ,ମାଇକ୍ରୋଲେପିସ୍, କ୍ରାସେଡୋସେଫାଲସ ,ପେଲଟୋପେଲାର ଏହି କ୍ରୋସେଡୋସେଫାଲସ୍ ସାପ ଗୁଡିକ ଅତ୍ୟନ୍ତ ବିଷଧର । ଏମାନଙ୍କ ମୁହଁରେ ଉତ୍ତପ ବାରିବା ପାଇଁ ଦୁଇଟି ପିଟ୍ ବା ଗର୍ତ୍ତ ଥାଏ । ତେବେ ଏହା ସାଧାରଣ ଭାବରେ ଜଙ୍ଗଲ ଓ ପାର୍ବତୀୟ ଅଞ୍ଚଳରେ ଦେଖାଯାଆନ୍ତି। ଅନ୍ୟପଟେ ଗତବର୍ଷ ଏକାଥରକେ ୫ ଟି ନୂଆ ଭାଇନ ସ୍ନେକ ପ୍ରଜାତି ଆବିଷ୍କାର କରି ଆନ୍ତର୍ଜାତିକ ସ୍ତରରେ ଚହଳ ସୃଷ୍ଟି କରିଥିଲେ ଅଶୋକ। ଅଶୋକଙ୍କ ଏହି ସଫଳତାକୁ ପ୍ରଂଶାସ କରିବା ସହିତ ଓଡ଼ିଶାର ସବୁଠୁ ଅଧିକ ସାପ ଗବେଷଣା କରିଥିବା ବୈଜ୍ଞାନିକ ଭାବରେ ସେ ମାନ୍ୟତା ପାଇଲେ ବୋଲି ସ୍ନେକ ହେଲପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!