ଆଠଗଡ଼, (ବାଘୁଆବାର୍ତ୍ତା): ଆହତ ନାଗସାପର ସଫଳ ଅସ୍ତ୍ରୋପଚାର କରି ଜଙ୍ଗଲରେ ଛାଡିଲା ସ୍ନେକ୍ ହେଲ୍ପଲାଇନ୍। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ। ନାଗସାପଟି ରାସ୍ତାପାର ହୋଇ ଯାଉଥିବା ବେଳେ ଲୋକମାନଙ୍କ ଆକ୍ରମଣର ଶିକାର ହୋଇଥିଲା। ସୂଚନାନୁଯାୟୀ, ଆଠଗଡ କଚେରୀ ରୋଡରେ ଏକ ନାଗସାପ ରାସ୍ତାପାର ହୋଇ ଯାଉଥିବା ସମୟରେ କିଛି ଲୋକେ ସାପଟିକୁ ଢେଲା ପଥର ମାରି ଆକ୍ରମଣ କରିଥିଲେ । ଖବର ପାଇ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ସାପଟିକୁ ଆଠଗଡ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରିବା ସହ ତାର ପେଟରେ ଷ୍ଟିଜ୍ ପକାଯାଇଥିଲା। ଏହାପରେ ସାପଟିକୁ ଜଙ୍ଗଲରେ ଛାଡି ଦିଆଯାଇଥିବା ସ୍ନେକ୍ ହେଲ୍ପଲାଇନ୍ ସହ ଚିକିତ୍ସା କରିଥିବା ଡାକ୍ତର ସୂଚନା ଦେଇଛନ୍ତି ।






