ଅନୁଗୁଳ, (ବାଘୁଆବାର୍ତ୍ତା): ବିଷଧର ସାପ କୁମୁଡାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଖଲାରୀ ଗାଁରେ । ମୃତକ ଜଣକ ହେଲେ ୫ବର୍ଷୀୟ ଜେସି ନାଥ । ଜେସିଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମା ଶିବାନୀ ନାଥ ଗୁରୁତର ହୋଇ ଅନୁଗୁଳ ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି ।





