ଭୁବନେଶ୍ବର, (ବାଘୁଆବାର୍ତ୍ତା): ରାଜ୍ୟରେ ବଢୁଛି ସାପ କାମୁଡା ମୃତ୍ୟୁ। ଦୁଇ ବର୍ଷରେ ସମୁଦାୟ ୧୮୫୯ ଜଣ ଲୋକ ସାପ ଚୋଟରେ ମୃତ୍ଯୁ ବରଣ କରିଛନ୍ତି। ବିଧାନସଭାରେ ବିଧାୟିକା ସୁବାସିନୀ ଜେନାଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ରାଜସ୍ୱ ଓ ବିପର୍ୟ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସୂଚନା ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷରେ ୧୧୫୦ଜଣ ସାପ କାମୁଡାରେ ପ୍ରାଣ ହରାଇଛନ୍ତି। ଏଥିରେ ୧୦୨୨ ଜଣ ପରିବାରକୁ ଅନୁକମ୍ପା ରାଶି ମିଳିଛି। ୨୦୨୩-୨୪ରେ ବାଲେଶ୍ୱରରେ ସର୍ବାଧିକ ସାପ କମୁଡ଼ା ମୃତ୍ୟୁ ଘଟିଛି। ତା’ ପଛକୁ କଟକ ଓ ଗଞ୍ଜାମ ଜିଲ୍ଲା ରହିଛନ୍ତି। ସେହିପରି ୨୦୨୪-୨୫ରେ ୭୦୯ ଜଣଙ୍କ ଜୀବନ ଯାଇଛି ସାପ କାମୁଡ଼ାରେ। ଏଥି ମଧ୍ଯରୁ ୪୩୫ ଜଣଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ୨୦୨୪-୨୫ରେ କଟକରେ ସର୍ବାଧିକ ଲୋକ ସାପ କାମୁଡାରେ ମୃତ୍ଯୁ ବରଣ କରିଛନ୍ତି। ତା’ ପଛକୁ ରହିଛନ୍ତି ଗଞ୍ଜାମ ଓ କେନ୍ଦୁଝର ଜିଲ୍ଲା।