Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାପ କବଳରୁ ପୁଅକୁ ବଞ୍ଚାଇବାକୁ ଯାଇ ମା’ର ମୃତ୍ୟୁ

by ସଞ୍ଜୟ ସ୍ୱାଇଁ
July 10, 2021
in Lifestyle, State
ସାପ କବଳରୁ ପୁଅକୁ ବଞ୍ଚାଇବାକୁ ଯାଇ ମା’ର ମୃତ୍ୟୁ
171
VIEWS
Share on FacebookShare on Twitter

ଯାଜପୁର, (ବାଘୁଆବାର୍ତ୍ତା): କୌଣସି ବି ମା’ ନିଜ ପିଲାଙ୍କୁ ବିପଦରେ ଦେଖି ଚୁପ୍‌ ରହିନଥାଏ। ଏପରିକି ନିଜ ପିଲାଙ୍କ ପାଇଁ ବଡ଼ ବଡ଼ ବିପଦକୁ ମଧ୍ୟ ମଥାପାତି ସହିବାର କ୍ଷମତା ମା’ ପାଖରେ ଥାଏ। ଏସବୁ ସତ୍ତ୍ବେ ନିଜ ଜୀବନକୁ ବାଜି ଲଗାଇବାକୁ ପଛାଇନଥାଏ ମା’। ସେଥିପାଇଁ ତ ମା’ର ମମତା ଏ ବିଶ୍ବରେ ଅନନ୍ୟ। ହେଲେ ଦଶରଥପୁର ବ୍ଲକ ତଳିହା ପଞ୍ଚାୟତ ଦେଉଳବାଡ଼ ଗ୍ରାମରୁ ଏଭଳି କିଛି ଖବର ଆସିଛି ଯାହା ଆପଣଙ୍କ ଛାତି ଥରାଇ ଦେବ। ନିଜ ପିଲାକୁ ବଞ୍ଚେଇବାକୁ ଯାଇ ମୃତ୍ୟୁକୁ ଆଦରି ନେଲା ମା। ମିଳିଥିବା ସୂଚନା ମୁତାବିକ, ଦଶରଥପୁର ବ୍ଲକ ରାହାସୋଇ ଗ୍ରାମର ବନମାଳି ଜେନାଙ୍କ ଝିଅ ପ୍ରିୟଦର୍ଶିନୀ(୨୫) ୨୦୧୯ ଏପ୍ରିଲ ମାସରେ ଦେଉଳବାଡ଼ ଗ୍ରାମର ଚିନ୍ମୟ ରାଉତଙ୍କୁ ବିବାହ କରିଥିଲେ । ୨୦୨୦ ମେ ମାସରେ ଉଭୟଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଘରେ ଖୁସିର ମାହୋଲ ଖେଳିଯାଇଥିଲା । ମା’ ପ୍ରିୟଦର୍ଶିନୀ ଖୁବ୍‌ ସ୍ନେହ ଶ୍ରଦ୍ଧାରେ ପୁଅକୁ ଲାଳନ ପାଳନ କରିଆସୁଥିଲେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ପୁଅକୁ ଶୁଆଇ ଦେଇ ଘର କାମରେ ବ୍ୟସ୍ତଥିବା ମା’ ପ୍ରିୟଦର୍ଶିନୀ କିଛି ସମୟ ବ୍ୟବଧାନରେ ପୁଅ ଶୋଇବା ଘରକୁ ଆସି ଏକ ନାଗ ସାପ ପୁଅ ନିକଟକୁ ଯାଉଥିବା ଦେଖିଥିଲେ । ଏହା ଦେଖି ମା’ ପ୍ରିୟଦର୍ଶିନୀ ପୁଅକୁ ବଞ୍ଚାଇବାକୁ ଯାଇ ନାଗ ସାପଟିକୁ ହାତରେ ଧରି ଟାଣିଆଣିବା ସମୟରେ ସାପ ତାଙ୍କ ଡାହାଣ ହାତକୁ ଦଂଶନ କରିଥିଲା । ପ୍ରିୟଦର୍ଶିନୀଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ତୁରନ୍ତ ଯାଜପୁର ମୁଖ୍ୟଚିକିତ୍ସାଳୟକୁ ନେଇ ଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଘଟଣା ଘଟିବା ପରେ ପଡ଼ୋଶୀ ସ୍ନେକ୍‌ ହେଲ୍ପଲାଇନ୍‌କୁ ଯୋଗାଯୋଗ କରିଥିଲେ । ହେଲ୍ପଲାଇନ୍‌ର ସଦସ୍ୟ ଚିତ୍ତରଞ୍ଜନ ପଣ୍ଡା ସାପଟିକୁ ଉଦ୍ଧାର କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!