ନୟାଗଡ଼, (ବାଘୁଆବାର୍ତ୍ତା): ବରିଷ୍ଠ କଂଗ୍ରେସ ନେତା ତଥା ମହାନାୟକ ଖଣ୍ଡାୟତ ସମାଜ ସୁନାଲଟି ସାତକୋଶ ପୂର୍ବତନ ସଭାପତି ମଙ୍ଗୁଳି ଲେଙ୍କାଙ୍କ ସ୍ମୃତିସଭା ଇଟାମାଟି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଂଗ୍ରେସ ନାରିନେତ୍ରୀ ନିରୁପମା ପାତ୍ର, ପୂର୍ବତନ ସମିତି ସଭ୍ୟ ପ୍ରଦ୍ୟୁମ୍ନ କୁମାର ସାହୁ, କଂଗ୍ରେସ ପ୍ରାକ୍ତନ ଜିଲ୍ଲା ସଭାପତି ରଣଜିତ ଦାଶ, କାର୍ଯ୍ୟକାରୀ ସଭାପତି ମନୋଜ କୁମାର ସାହୁଙ୍କ ସମେତ ବହୁ ପରୁଖା ନେତା ଯୋଗ ଦେଇ ଶ୍ରୀଯୁକ୍ତ ଲେଙ୍କାଙ୍କ ସ୍ମୃତି ଚାରଣ କରିଥିଲେ । ଦୀର୍ଘଦିନ ଧରି ଶ୍ରୀଯୁକ୍ତ ଲେଙ୍କା ୱାର୍ଡ଼ସଭ୍ୟ ଏବଂ ସାହି ସଭାପତି ଭାବେ ମଧ୍ୟ କାର୍ଯ୍ୟକରି ଲୋକଙ୍କ ନିକଟତ୍ତର ହୋଇ ପାରିବା ସହ ଜୀବନବ୍ୟାପି ସମାଜ ସୁଧାରକ ଭାବେ କାର୍ଯ୍ୟ କରି ଆସିଥିବା ଆଲୋଚନା ହୋଇଥିଲା ।






