ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ଅନ୍ତର୍ଗତ କେନ୍ଦୁଢିପି ପଞ୍ଚାୟତର ସରପଞ୍ଚ ଡ. ବିରେନ କୁମାର ନାୟକଙ୍କର ଗତ ୧୫ ତାରିଖରେ ବିୟୋଗ ଘଟିଥିଲା । ସେ ୧୯୬୧ ମସିହା ଅକ୍ଟୋବର ମାସ ୨୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ଚାକିରି କ୍ଷେତ୍ରରୁ ଅବସର ନେଇ କେନ୍ଦୁଢିପି ପଞ୍ଚାୟତର ସରପଞ୍ଚର ଭାବେ ନିର୍ବାଚିତ ହୋଇଥିଲେ ।

ହଠାତ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କର ବିୟୋଗ ଘଟିଥିଲା । ଏହି ଉଦ୍ଦେଶ୍ୟରେ ନିଜ ଜନ୍ମ ମାଟିରେ ଏକ ସ୍ମୃତି ସଭା ପାଳନ କରାଯାଇଛି । ଏହି ସ୍ମୃତି ସଭାରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ, ଜିଲ୍ଲା ପରିଷଦ ସୁବାଷ କଅଁର, ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା ଓ ସମସ୍ତ ପଞ୍ଚାୟତର ଜନ ପ୍ରତିନିଧୀ ମାନେ ଯୋଗ ଦେଇଥିଲେ । ଏଥି ନିମନ୍ତେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ଅତିଥି ମାନେ ଡ. ନାୟକଙ୍କ ଉତ୍ତମ କାର୍ଯ୍ୟ ସମ୍ପର୍କରେ ଓ ସମାଜ ସେବା କ୍ଷେତ୍ରରେ ଥିବା ଅବଦାନ ସମ୍ପର୍କରେ ଆଲୋକପାତ କରାଯାଇଥିଲା ।






