Saturday, June 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରୁ ସ୍ମୃତି ମନ୍ଧାନା ଆଉଟ୍‌

by ସଞ୍ଜୟ ସ୍ୱାଇଁ
February 12, 2023
in NATIONAL NEWS, Sports
ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରୁ ସ୍ମୃତି ମନ୍ଧାନା ଆଉଟ୍‌
63
VIEWS
Share on FacebookShare on Twitter

ନିଉଦିଲ୍ଲୀ, (ବାଘୁଆବାର୍ତ୍ତା): ମହିଳା ଟି-୨୦ ବିଶ୍ୱକପର ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତକୁ ଶକ୍ତ ଝଟକା ଲାଗିଛି। ଆସନ୍ତାକାଲି ଭାରତ ବିଶ୍ୱକପର ପ୍ରଥମ ମ୍ୟାଚ୍‌ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ତେବେ ଏହି ମ୍ୟାଚ୍‌ରୁ ଦଳର ଓପନର ତଥା ଷ୍ଟାର ଓପନର ସ୍ମୃତି ମନ୍ଧାନା ବାଦ ପଡ଼ିଛନ୍ତି। ଆସନ୍ତାକାଲି କେପ ଟାଉନର ନ୍ୟୁଲ୍ୟାଣ୍ଡ୍ସରେ ଏହି ମ୍ୟାଚ୍ ଖେଳାଯିବ। ୨୬ ବର୍ଷୀୟ ସ୍ମୃତି ସୋମବାର ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବା ବେଳେ ଆହତ ହୋଇଥିଲେ। ତାଙ୍କ ବାମ ହାତ ଆଙ୍ଗୁଳିରେ ଆଘାତ ଲାଗିଥିଲା। ଆଇସିସି ସୂତ୍ରରେ କୁହାଯାଇଛି ଯେ “ସ୍ମୃତି ଅଭ୍ୟାସ ମ୍ୟାଚରେ ଆହତ ହୋଇଥିଲେ। ସେ ବିଶ୍ୱକପରୁ ସଂପୂର୍ଣ୍ଣ ଭାବେ ବାଦ ପଡ଼ିଛନ୍ତି ବୋଲି ଆମେ ଏବେ କହିପାରିବା ନାହିଁ। କିନ୍ତୁ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ତାଙ୍କୁ ଦେଖିବାକୁ ମିଳିବନି।” ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ସ୍ମୃତି କିଛି ବି କରି ପାରି ନଥିଲେ। ସେ ମାତ୍ର ୩ଟି ବଲ ସମ୍ମୁଖୀନ ହେବା ପରେ ପ୍ୟାଭିଲିୟନ ଫେରିଥିଲେ। ଆହତ ସମସ୍ୟା ଯୋଗୁ ବୁଧବାର ସେ ବାଂଲାଦେଶ ବିପକ୍ଷ ଅଭ୍ୟାସ ମ୍ୟାଚ ମଧ୍ୟ ଖେଳି ନଥିଲେ। ଅନ୍ୟପକ୍ଷରେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌରଙ୍କ ଫିଟନେଶକୁ ନେଇ ମଧ୍ୟ ଚିନ୍ତା ରହିଛି। ଗତ ସପ୍ତାହରେ ଶେଷ ହୋଇଥିବା ତ୍ରିପାକ୍ଷିକ ସିରିଜ୍ ବେଳେ ସେ କାନ୍ଧ ଜନିତ ସମସ୍ୟାରେ ପଡ଼ିଥିଲେ। ସେ ଫାଇନାଲ ମ୍ୟାଚ୍ ପରେ ଫିଟ ଥିବା କହିଥିଲେ ହେଁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ସେହିପରି ଅଭ୍ୟାସ ମ୍ୟାଚରେ ମଧ୍ୟ ହରମନପ୍ରୀତ କୌର ବ୍ୟାଟିଂ କରି ନଥିଲେ। ତେଣୁ ଏହା ମଧ୍ୟ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ମହିଳା ଟି-୨୦ ବିଶ୍ୱକପର ଗ୍ରୁପ ବି’ରେ ଭାରତ ରହିଛି। ଏହି ଗ୍ରୁପରେ ଇଂଲଣ୍ଡ, ପାକିସ୍ତାନ, ୱେଷ୍ଟଇଣ୍ଡିଜ ଓ ଆୟର୍ଲ୍ୟାଣ୍ଡ ରହିଛନ୍ତି।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!