Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ମାର୍ଟ ସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

by ସଞ୍ଜୟ ସ୍ୱାଇଁ
August 21, 2021
in Education, State
ସ୍ମାର୍ଟ ସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
233
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ସ୍କୁଲ ଛାତ୍ରଛାତ୍ରୀ ଏଣିକି ସ୍ମାର୍ଟ ସ୍କୁଲରେ ପଢ଼ିବେ ପାଠ। ଶନିବାର ସ୍ମାର୍ଟ ସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବ୍ରହ୍ମପୁର ଜିଲ୍ଲାର ଶେରଗଡ଼ ଓ ହିଞ୍ଜିଳିକାଟୁର ୫ଟି ଲେଖାଏଁ ରୂପାନ୍ତରୀକରଣ ସ୍ମାର୍ଟ ହାଇସ୍କୁଲକୁ ଶନିବାର ଭର୍ଚୁଆଲ୍‌ ମୋଡରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ। ୨୧ ତାରିଖଠାରୁ ୨୫ ତାରିଖ ମଧ୍ୟରେ ୫ ଦିନ ବ୍ୟାପି କାର୍ୟ୍ୟକ୍ରମରେ ୫୦ଟି ସ୍ମାର୍ଟ ସ୍କୁଲକୁ ପ୍ରତିଦିନ ଅନ୍ତରରେ ୧୦ଟି ଲେଖାଏଁ ଲୋକାର୍ପଣ କାର୍ୟ୍ୟକ୍ରମ ରହିଛି । କାର୍ୟ୍ୟକ୍ରମରେ ରାଜ୍ୟର ୨୦ ଜଣ ମନ୍ତ୍ରୀ ସମେତ ୧୦୮ ବିଧାୟକ ଉପସ୍ଥିତ ରହିବେ । ପ୍ରତିଦିନ ଗୋଟିଏ ଲେଖାଏଁ ସ୍କୁଲରେ ୨ ଜଣ ଲେଖାଏଁ ବିଧାୟକ ଯୋଗଦେଇ ପଞ୍ଚାୟତ ପ୍ରତିନିଧି, ସ୍କୁଲ ମନିଟରିଂ କମିଟି, ଶିକ୍ଷକ ଓ ପିଲାମାନଙ୍କ ସହ ଆଲୋଚନା କରିବେ । ସ୍ମାର୍ଟ ସ୍କୁଲ ରୂପାନ୍ତରୀକରଣ ବାବଦରେ ପ୍ରତି ହାଇସ୍କୁଲକୁ କର୍ପୋରେଟ୍‌ ସୋସିଆଲ ରେସ୍‌ପନ୍ସବିଲିଟି (ସିଏସ୍‌ଆର୍‌) ପାଣ୍ଠିରୁ ୧୫ ଲକ୍ଷ ଓ ମୋ ସ୍କୁଲ ପାଣ୍ଠିରୁ ୩୦ ଲକ୍ଷ ଲେଖାଏଁ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା । ଏହାସହିତ ପଞ୍ଚାୟତ ଓ ବ୍ଲକ୍‌ ପାଣ୍ଠି ବିନିଯୋଗ ହୋଇଛି । ପ୍ରତି ହାଇସ୍କୁଲର ୨/୩ଟି ସ୍କାର୍ଟ କ୍ଲାସରୁମ୍‌ ନିର୍ମାଣ କରାଯାଇଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!